• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୀଙ୍ଗିପୁର ଗ୍ରାମରେ ଚଢ଼ାଉ ୧୫ ଟି ବେଆଇନ ଦେଶୀ ରନ୍ଧା ମଦଭାଟି ଠାବ ଅଭିଯୁକ୍ତ ମାନେ ଫେରାର

Proprietor Abhimanyu Maharana by Proprietor Abhimanyu Maharana
October 29, 2026
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୀଙ୍ଗିପୁର ଗ୍ରାମରେ ଚଢ଼ାଉ ୧୫ ଟି ବେଆଇନ ଦେଶୀ ରନ୍ଧା ମଦଭାଟି ଠାବ ଅଭିଯୁକ୍ତ ମାନେ ଫେରାର
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା କାଶୀନଗର ବ୍ଲକ ଅନ୍ତର୍ଗତ ଶିଙ୍ଗିପୁର ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଉପରେ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତର ଶିଙ୍ଗିପୁର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ପୋଲିସ ଆରକ୍ଷୀ ଅଧୀକ୍ଷକ ଗଜପତି ଙ୍କ ଆଦେଶ ଅନୁଯାଏ ଆଜି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମିଳିତ ଚଢ଼ାଉ କରାଯାଇଥିଲା ।

ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ. ଶ୍ରୀ ମାଧବାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଏସ୍‌.ଆଇ. ପ୍ରିୟବ୍ରତ ସ୍ୱାଇଁ, ଏସ୍‌.ଆଇ. ପି. ଜଗରଙ୍ଗା, କେ. ସୀତାପୁର ରାଜସ୍ୱ ନିରୀକ୍ଷକ, ଏକ ସେକ୍ସନ୍ ଏ.ପି.ଆର୍. ଫୋର୍ସ ଏବଂ ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ୧୫ଟି ବେଆଇନ ଦେଶୀ ମଦ ରନ୍ଧା ସ୍ଥାନ ଠାବ କରାଯାଇଥିଲା । ସେଠାରୁ ପ୍ରାୟ ୮୭୫ କିଲୋଗ୍ରାମ ମହୁଲ ପୋଚ (୩୫ ବସ୍ତା), ୧୦୦ ଲିଟର ପ୍ରସ୍ତୁତ ଦେଶୀ ମଦ, ୨ଟି ଆଲୁମିନିୟମ ବାସନ, ୫ଟି ମାଟି ହାଣ୍ଡି ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଠାବ କରାଯାଇଥିଲା।

ଆବଶ୍ୟକ ନମୁନା ସଂଗ୍ରହ ଓ ଆଇନଗତ ପ୍ରକ୍ରିୟା ପରେ ବିପୁଳ ପରିମାଣର ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଅପମିଶ୍ରିତ ଓ ବିଷାକ୍ତ ହୋଇପାରୁଥିବା ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ ।

ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. 432/2026 dated 25.10.2026 U/s 274/275/112(2) BNS R/w Sec. 52(a)/55 of Odisha Excise Act ଅନୁଯାୟୀ ୧୫ ଜଣ ନାମିତ ଅଭିଯୁକ୍ତ ଓ ଅନ୍ୟ ଅଜଣା ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ ଠାବ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ବେଆଇନ ଓ ଅପମିଶ୍ରିତ ମଦ ପ୍ରସ୍ତୁତି ଏବଂ ବିକ୍ରି ବିରୋଧରେ ଗଜପତି ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଲାଙ୍ଗୀରରେ କରୱା ଚୌଥ୍ ସହ ଶରଦ ପୂର୍ଣ୍ଣିମା ଉତ୍ସବର ଭବ୍ୟ ଆୟୋଜନ

ବଲାଙ୍ଗୀରରେ କରୱା ଚୌଥ୍ ସହ ଶରଦ ପୂର୍ଣ୍ଣିମା ଉତ୍ସବର ଭବ୍ୟ ଆୟୋଜନ

October 29, 2026
ଯୁବ ଉଦ୍ୟୋଗୀ ଆଦର୍ଶ ଅଗ୍ରୱାଲଙ୍କୁ ମିଳିଲା ‘ୟଙ୍ଗେଷ୍ଟ ଏଣ୍ଟରପ୍ରେନ୍ୟୋର’ ସମ୍ମାନ

ଯୁବ ଉଦ୍ୟୋଗୀ ଆଦର୍ଶ ଅଗ୍ରୱାଲଙ୍କୁ ମିଳିଲା ‘ୟଙ୍ଗେଷ୍ଟ ଏଣ୍ଟରପ୍ରେନ୍ୟୋର’ ସମ୍ମାନ

October 29, 2026
ବିରିଡି ଅଞ୍ଚଳରେ ଗଜଲଷ୍ମୀ ପୂଜା

ବିରିଡି ଅଞ୍ଚଳରେ ଗଜଲଷ୍ମୀ ପୂଜା

October 29, 2026
ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି : ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ’ ‘ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬’

ଦୀପାବଳିରେ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି : ଆସୁଛି ସବୁଠାରୁ ବଡ଼ ଆୱାର୍ଡ ଶୋ’ ‘ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬’

October 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଲାଙ୍ଗୀରରେ କରୱା ଚୌଥ୍ ସହ ଶରଦ ପୂର୍ଣ୍ଣିମା ଉତ୍ସବର ଭବ୍ୟ ଆୟୋଜନ

ବଲାଙ୍ଗୀରରେ କରୱା ଚୌଥ୍ ସହ ଶରଦ ପୂର୍ଣ୍ଣିମା ଉତ୍ସବର ଭବ୍ୟ ଆୟୋଜନ

October 29, 2026
ଯୁବ ଉଦ୍ୟୋଗୀ ଆଦର୍ଶ ଅଗ୍ରୱାଲଙ୍କୁ ମିଳିଲା ‘ୟଙ୍ଗେଷ୍ଟ ଏଣ୍ଟରପ୍ରେନ୍ୟୋର’ ସମ୍ମାନ

ଯୁବ ଉଦ୍ୟୋଗୀ ଆଦର୍ଶ ଅଗ୍ରୱାଲଙ୍କୁ ମିଳିଲା ‘ୟଙ୍ଗେଷ୍ଟ ଏଣ୍ଟରପ୍ରେନ୍ୟୋର’ ସମ୍ମାନ

October 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version