ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର। ଏହି କ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ପ୍ରାପ୍ତ ପତ୍ର ତଥା ରାଜଧାନୀ ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ବିଶେଷ ନିର୍ଦ୍ଦେଶରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗଜପତି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ସହାୟକ ଅଭିଯୋଜନ ଅଧିକାରୀ ଡ଼ି. ଅନୁପରାଜ ଆଚାରୀଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା,
















