ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଉପଲାସିଂ ଶ୍ରୀ ସାଇ ରାମକୃଷ୍ଣ ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ସମ୍ପାଦକ ଶିବ ଶଙ୍କର ଦଳାଇ ଜାତୀୟ ସ୍ତରରେ ଏକ ବିରଳ ଗୌରବ ଅର୍ଜନ କରିଛନ୍ତି । ଏହି ଅବସରରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ପ୍ରତିଷ୍ଟିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସମ୍ମାନରେ ବିଭୂଷିତ କରାଯାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଯୁବ ବୟସରେ ୨୦୨୪ ରେ ଶ୍ରୀ ସାଇ ରାମକୃଷ୍ଣ ଡିଗ୍ରୀ କଲେଜ ଶିକ୍ଷାବିତ୍ ଭାବେ ଚାକିରି କାର୍ଯ୍ୟକାଳ ଆରମ୍ଭ କରିଥିଲେ ।
















