ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ମଧ୍ୟରେ ବାଲିଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରସ୍ଥିତ ଦୁର୍ଗା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ସହ ବିଦ୍ୟୁତ୍ ବିଭାଗ ପରିସରରେ ପୂଜା ପାଉଥିବା ମା’ଙ୍କ ପ୍ରତିମା ମଧ୍ୟ ବିସର୍ଜନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାଗମରେ ଆୟୋଜିତ ଏହି ଭସାଣି ଉତ୍ସବ ଭକ୍ତିମୟ ପରିବେଶକୁ ଅଧିକ ଉତ୍ସବମୁଖର କରିଥିଲା ।
















