ବାଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗାୟଜରତ୍ନ ସ୍ବର୍ଗତ ଲୋକନାଥ କରଙ୍କ ର ଶେଷତମ ପାଳିଆଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ସ୍ମୃତି ସଭା ତାଙ୍କର କହ୍ନେଇପୁର ସ୍ଥିତ ବାସ ଭବନ ସମ୍ମୁଖରେ ନାଚୁଣୀର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଜାଗୃତିକା ର ବରିଷ୍ଠ ଉପଦେଷ୍ଠା ଗାୟକଦକ୍ଷିଣ କେଶରୀ ରାମଚନ୍ଦ୍ର କରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସ୍ମୃତି ଚରଣ ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ସଭ୍ୟ ଆଶିଷ କୁମାର ପତି, ଦୁର୍ୟୋଧନ ପ୍ରଧାନ,















