No Result
View All Result

ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୟାଗଡ ପଞ୍ଚାୟତ ସମିତି ପରିସରରେ ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ, ଶ୍ରୀ ସଞ୍ଜୟ କୁମାର ମଲ୍ଲିକ, ସହକାରୀ ଶ୍ରମ ଅଧିକାରୀ ଲୋୟେଷାରାଣୀ ସିଂହ, ମୋନିକା ସେଠ, ପୁଜାରିନ ସାମଲ ଓ ଜ୍ଞାନ ରଞ୍ଜନ ସାହୁ, ମିଶନ ଶକ୍ତି ସଦସ୍ୟା, ଆଇ ସି ଡି ଏସ ପର୍ଯ୍ୟବେକ୍ଷକ, ଶ୍ରମିକ ନେତା ଶ୍ରୀ ଶୂନ୍ୟଜୟୀ ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ସଞ୍ଜୟ ନାୟକ, ପୁଷ୍ପଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ l

ଏଥିରେ ଶିଶୁ ଶ୍ରମିକ ବର୍ଗୀକରଣ, ଏହାର ନିରାକରଣ ଏବଂ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି ଭାବେ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ କେମିତି ଗଢିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା l ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିଵା ପାଇଁ ସମସ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ, ପଛୁଆ ବର୍ଗରେ ଶିଶୁ ଶ୍ରମିକ ବିରୋଧୀ ଜନ ସଚେତନତା, ଶିଶୁ ଶ୍ରମିକ ଉଦ୍ଧାର ପରେ ସେମାନଙ୍କର ପୁନର୍ବାସ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା l ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଲୋୟେଷାରାଣୀ ସିଂହ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା l

No Result
View All Result