ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବି.ଏମ୍. ଫାଉଣ୍ଡେସନ ପକ୍ଷରୁ ନିକଟରେ ଏଠାରେ ନବ ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ୟୁନିଟ୍-୪ସ୍ଥିତ ହୋଟେଲ୍ ଓଷ୍ଟ୍ରା କୁ ଖୁବ ସୁନ୍ଦର ଭାବେ ସଜା ଯାଇଥିବା ଦେଖାଯାଇଥିଲା । “ମହିଳାଙ୍କ ପାଇଁ, ମହିଳାଙ୍କ ଦ୍ୱାରା” ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ୱାରା ନବରାତ୍ର ଅବସରରେ ଦାଣ୍ଡିଆ ନାଚର ଅପୂର୍ବ ଓ ଅନନ୍ୟ ପରିବେଷଣ ଦେଖିବାକୁ ମିଳିଥିଲା ।

ରଙ୍ଗାରଙ୍ଗ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ଦାଣ୍ଡିଆ ସନ୍ଧ୍ୟାରେ ଲାଇଟ୍ ଟ୍ରଷ୍ଟ ଓ କୁଟି କିଡ୍ସ କଲଚରାଲ୍ ସେଣ୍ଟରର ସଦସ୍ୟା ମାନେ ଧୁମ ଧାମରେ ‘ଗର୍ବା କୁଇନ୍ ଷ୍ଟେଜ୍ ଶୋ’ ମଞ୍ଚସ୍ଥ କରିଥିଲେ । ଏହି ଅବସରରେ ଆୟୋଜିତ ‘ଗର୍ବା ଏମ୍ପ୍ରେସ୍’, ‘ବେଷ୍ଟ ଡ୍ରେସ୍ଡ୍ ଦିଭା’, ‘ଟ୍ୱିର୍ଲିଂ କୁଇନ୍’, ‘ଗ୍ରେସଫୁଲ୍ ଗ୍ରୁଭର୍’ ଓ ‘ଗର୍ବା ଷ୍ଟାର୍’ ଆଦି ପ୍ରତିଯୋଗିତାରେ ବିଜେତା ମହିଳା ମାନଙ୍କୁ ସ୍ୱତନ୍ତ୍ର ଉପାଧିରେ ଭୂଷିତ କରାଯାଇଥିଲା ।















