• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

Proprietor Abhimanyu Maharana by Proprietor Abhimanyu Maharana
October 18, 2026
in ଓଡ଼ିଶା, ପୁରୀ, ହୋମ୍
0
ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା
Share on FacebookShare on TwitterWhatsapp

ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ। 

 ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ଅହିଂସାତ୍ମକ ସଚେତନତା ପଦଯାତ୍ରା ଆଜି ଐତିହାସିକ ୨୦୦ ଦିନରେ ପହଞ୍ଚିଛି। ଦୀର୍ଘ ଦୁଇଶହ ଦିନ ଧରି ଜାରି ରହିଥିବା ଏହି ନୀରବ ସତ୍ୟାଗ୍ରହ ପୁରୀବାସୀଙ୍କ ଆସ୍ଥା, ଅଧିକାର, ଆତ୍ମସମ୍ମାନ ଓ ସମାନତା ପାଇଁ ଅଟଳ ସଙ୍କଳ୍ପର ପ୍ରତୀକ ପାଲଟିଛି ।  ଗତ ୧ ଏପ୍ରିଲ ଉତ୍କଳ ଦିବସ ଅବସରରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ତା’ ପରଦିନ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଏହି ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା । ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଶାନ୍ତିପୂର୍ଣ୍ଣ ଆହ୍ୱାନ ଦିଆଯାଇ ଆସୁଛି । 

ଦୁଇଶହ ଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟାତ୍ମକ ମାଇଲଖୁଣ୍ଟ ନୁହେଁ; ଏହା ଭକ୍ତି, ସମାନତା ଓ ଗଣତାନ୍ତ୍ରିକ ଅଧିକାର ପାଇଁ ଜାରି ରହିଥିବା ଏକ ଦୃଢ଼ ଅହିଂସାତ୍ମକ ଜନଜାଗରଣ । ଆଜିର ଏହି ବିଶେଷ ଅବସରରେ ପୁରୀ ସହରର ବହୁ ସାମାଜିକ କର୍ମୀ,ବୁଦ୍ଧିଜୀବୀ,ଯୁବକ,ମହିଳା,ବରିଷ୍ଠ ନାଗରିକ ଓ ଜଗନ୍ନାଥପ୍ରେମୀ ଯୋଗଦେଇଥିଲେ । ସଂକୀର୍ତ୍ତନ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମାଧ୍ୟମରେ ପଦଯାତ୍ରୀମାନେ ଭକ୍ତି ସହିତ ସମାନତା ଓ ମାନବିକତାର ବାର୍ତ୍ତା ପ୍ରଚାର କରିଥିଲେ । ଏହି ପଦଯାତ୍ରା କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂସ୍ଥା ବିରୋଧରେ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ସହଅସ୍ତିତ୍ୱ, ମାନବିକତା ଓ ସାର୍ବଜନୀନତାର ଆଦର୍ଶକୁ ସୁଦୃଢ଼ କରିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ ବୋଲି ଆୟୋଜକମାନେ କହିଛନ୍ତି । 

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସାର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ।” ଆଜିର ଏହି ଐତିହାସିକ ୨୦୦ ଦିନର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ରାଜେଶ ମିଶ୍ର, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା,

ନୃସିଂହନାଥ ନାୟକ, କାହ୍ନୁଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ବାସୁଦେବ ଲେଙ୍କା, ଯାଦବାନନ୍ଦ ରାୟ, ଅଭିମନ୍ୟୁ ରାୟଗୁରୁ, ଅରୁଣା ପଟ୍ଟନାୟକ, ଲତା ଦାସ, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତି ରାୟ, ଅଞ୍ଜୁବାଳା ମହାନ୍ତି, ମମତା ଦାସ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, ରଶ୍ମୀରଞ୍ଜନ ପାତ୍ର, ସୁବାସ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ଶତାଧିକ ପଦଯାତ୍ରୀ ଓ ସତ୍ୟାଗ୍ରହୀ ଯୋଗଦେଇଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

October 19, 2026
ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

October 19, 2026
ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

October 18, 2026
ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ

ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ

October 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

October 19, 2026
ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

October 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version