No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କଣ୍ଟାବାଞ୍ଜି ନିବାସୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଦାଶଙ୍କ ୮୪ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି।ସେ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆଶ୍ରମ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ l ଚାଉଳଶୁଖା, ବାନ୍ଧନପାଲି, ସେମଲା, ବଡଡକଲା, ମୁନାପାଲି,ଶ୍ରୀରାମ,ମାଲପଡା, ତୁରେକେଲାରେ ଶିକ୍ଷକତା କରି ଅନେକ ଆଦର୍ଶ ଛାତ୍ରଛାତ୍ରୀ ଗଠନ କରିପାରିଥିଲେ ।
ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଧର୍ମପରାୟଣ ଓ ବ୍ରାହ୍ମଣ ସମାଜର ବରିଷ୍ଠ କର୍ମକର୍ତ୍ତା ଥିଲେ । ତାଙ୍କର ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ ବିନୋଦିନୀ, ବଡପୁଅ ବିରଞ୍ଚି, ବଡବୋହୁ ମମତା, ମଝିଆ ପୁଅ ବିଭୂତି, ମଝିଆ ବୋହୁ ମନୋରମା,ସାନପୁଅ ବିମଳ,ସାନ ବୋହୁ ମିଲି,ବଡଝିଅ ସନ୍ଧ୍ୟା, ଜୋଇଁ ପ୍ରଶାନ୍ତ, ସାନ ଜୋଇଁ କ୍ଷୀରସିନ୍ଧୁ,ନାତୁଣୀ ଜୋଇଁ ଜତୀନ, ନାତୁଣୀ ଲୋପାମୁଦ୍ରା,ସୁପ୍ରିୟା,ନିର୍ଝରିଣୀ,ସମୀକ୍ଷା, ନାତି ସୁଦୀପ, ସମ୍ପର୍କ, ସକ୍ଷମ,ସଙ୍କେତ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ତାଙ୍କର ମରଶରୀରକୁ ବଡପୁଅ ବିରଞ୍ଚି ନାରାୟଣ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାଶଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା ।

No Result
View All Result