ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଥିବା ଆଇଟିଆଇ କଲେଜରେ ଅଧ୍ୟକ୍ଷଙ୍କ ରାଜରେ ଛାତ୍ରମାନେ ଅତିଷ୍ଠ ହୋଇପଡିଛନ୍ତି. ମାତ୍ର ୫ରୁ ୧୦ ମିନିଟ ବିଳମ୍ବରେ ଆସୁଥିବା ଛାତ୍ରମାନଙ୍କୁ ଆଇଟିଆଇ କଲେଜରେ ପ୍ରବେଶ କରିବାରେ କଟକଣା ଜାରି କରି ମୁଖ୍ୟ ଫାଟକରେ ତାଲା ପକାଉ ଥିବା ଘଟଣା ନେଇ ଗତ ୧୫ ଦିନ ଧରି ପାଠପଢାରୁ ବଞ୍ଚିତ ହୋଇଛନ୍ତି କେତେକ ଛାତ୍ର. ଘଟଣାରୁ ପ୍ରକାଶ, ଏହି କଲେଜକୁ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ବସ୍ ଦ୍ଵାରା ଦୂରଦୂରାନ୍ତରୁ କଲେଜକୁ ଆସୁଛନ୍ତି ଛାତ୍ରଛାତ୍ରୀ ।
















