ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଫୁଲବାଣୀ ସରକାରଙ୍କ ସ୍ତରରେ କିନ୍ନର ମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ୨୦୧୯ ମସିହାରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଅଧିକାର ସୁରକ୍ଷା ଆଇନ୍ ଆଣିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଏହାର ସଚେତନତା ତଳ ସ୍ତରରେ ପହଂଚି ପାରିନଥିବାରୁ କିନ୍ନର ମାନେ ଏହାର ଲାଭ ପାଉନାହାନ୍ତି । ଏହାକୁ ଆଖି ଆଗରେ ରଖି ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଆଇ.ଇ.ସି. କ୍ୟାମ୍ପେନ ୩.୦ ସମାପନ ଦିବଶରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ର ବୈଠକ ଗୃହରେ ଆୟୋଜିତ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଅନୁଷ୍ଠାନ ତରଫରୁ ଜିଲ୍ଲାରେ ଚାଲିଥିବା ଏ.ଡ୍.ସ୍. ସମ୍ପର୍କିତ କାର୍ଯ୍ୟକ୍ରମ କୁ ସମ୍ୟକ ରୁପେ ଉପସ୍ଥାପନା କରିବା ସହିତ ନିକଟ ରେ ଅଗଷ୍ଟ ୧୨ ତାରିଖ ଠାରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିଆସିଥିବା ଆଇ.ଇ.ସି. କ୍ୟାମ୍ପେନ ର ତଥ୍ୟ ଉପସ୍ଥାପନା କରିଥିଲେ । ତତ୍ପରେ ଆନୁଷ୍ଠାନର କର୍ମୀ ବିଶ୍ୱରଞନ କର ଟ୍ରାନ୍ସଜେଣ୍ଡର ମାନଙ୍କ ଅଧିକାର ଓ ବ୍ୟବସ୍ଥା ବିଷୟରେ ଏକ ଉପସ୍ଥାପନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ଅରବିନ୍ଦ ଦାସ ଉପସ୍ଥିତ ରହି ଏହି ଆଇନରେ କିନ୍ନର ମାନଙ୍କର ଜିବନ ଜିବିକା ନିମନ୍ତେ ଥିବା ବ୍ୟବସ୍ଥା କୁ ନେଇ ଆଲୋଚନା କରିଥିବା ବେଳେ ଏହାର ଲାଭ ନେବା ପାଇଁ ଉପସ୍ଥିତ ସମସ୍ତ କିନ୍ନର ମାନଙ୍କୁ ଅନୁରୋଧ କରିଥିଲେ ।
ଏଥି ସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ନିବେଦିତା ଜାନି ଯୋଗଦେଇ କିନ୍ନର ମାନଙ୍କ ର ପଞିକରଣ ଠାରୁ ଆରମ୍ଭ କରି ପେନସନ୍ ଯୋଜନା ପର୍ଯ୍ୟନ୍ତ ଯାହା ସୁବିଧା ସବୁ ଅଛି ତାହା ଜଣାଇଥିଲେ । ଆହୁରି ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ପ୍ରୋଗ୍ରାମ ଅଫିସର ଇନ୍ଦିରା ମହାପାତ୍ର ଏହି ଆଇନ ରେ ଥିବା ଟା୍ରନ୍ସଜେଣ୍ଡର ଙ୍କ ମଙ୍ଗଳ ନିମନ୍ତେ ସରକାର ଙ୍କ ବିଭିନ୍ନ ସ୍କିମ ବିଷୟରେ ସୂଚନା ଦେଇଥିଲେ । ତତ୍ସହିତ ଜିଲ୍ଲା ପୋଲିସ ବିଭାଗରୁ ଡି.ଏସ୍.ପି ବିପିନ ବିହାରି ମେହେର ଉପସ୍ଥିତ ରହି କିନ୍ନର ମାନଙ୍କ ସୁରକ୍ଷା ନିମନ୍ତେ ଆଇନ ରେ ଥିବା ପ୍ରାଧାନ୍ୟତା ଅନୁସାରେ ବିଭାଗ ସହଯୋଗ କରିବ ବୋଲି କହିଥିଲେ ।















