ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଭାକରସାହି, ବାଲିପାଟଣାର ଦଶମ ଶ୍ରେଣୀର କୃତୀ ଛାତ୍ର ସ୍ୱର୍ଗତ ଅର୍ଣ୍ଣବ ସାହୁଙ୍କ ଏକାଦଶାହ ଅବସରରେ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଦିବଂଗତ ଛାତ୍ରଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକସଭାରରେ ଦିବଂଗତ ଛାତ୍ରଙ୍କ ସ୍ମୃତିରେ ଶୋକାଭିଭୂତ ପରିବେଶରେ କବିତା ପାଠ କରାଯାଇଥିଲା । ଏହାପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।
















