କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶ୍ରୀ ଜଗନ୍ନାଥ ଭାଗବତ ସଂଘ କୁଇବାହାଲ ପକ୍ଷରୁ ନୁଆଁଖାଇ ଭେଟ ମହା ଧୁମଧାମରେ ପାଳିତ ହୋଇଯାଇଅଛି l ଉକ୍ତ ନୁଆଁଖାଇ ଭେଟ ରେ ମୁଖ୍ୟ ଅତିଥି ଭାବେ ବିଳାଶ ପୁଟେଲ ସରପଞ୍ଚ କୁଇବାହାଲ ଗ୍ରାମ ପଞ୍ଚାୟତ, ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ କବିତା ମେହେର ସଭାନେତ୍ରୀ ପରମ୍ପରା କଳା ବିକାଶ କେନ୍ଦ୍ର ସେମଲା, ଶ୍ରୀଯୁକ୍ତ କ୍ଷିତୀରାମ ପୁଟେଲ ପୂର୍ବତନ ସରପଞ୍ଚ କୁଇବାହାଲ ଗ୍ରାମ ପଞ୍ଚାୟତ,

ହସ୍ୟାନନ୍ଦ ପୁଟେଲ ସଂକୀର୍ତ୍ତନ୍ୟ ଗାୟକ, ଯୋଗଦେଇଥିବା ବେଳେ ଅନୁଷ୍ଠାନ ସଭାନେତ୍ରୀ ଶ୍ରୀମତୀ ବନିତା ପୁଟେଲ, ସମ୍ପାଦକ ଅନଙ୍ଗ ଦାସ ଓ ଶ୍ରୀ ଭକ୍ତବନ୍ଧୁ ମେହେର ମଞ୍ଚ ପରିଚାଳନା କରି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ କୁଇବାହାଲ ର ଢ଼ାପ ଘୁଡୁକା ନୃତ୍ୟ, କୁଇବାହାଲ ର ସଂକୀର୍ତନ ଦଳ ସହ ଅନ୍ୟାନ୍ୟ କଳାକାର ମାନେ ନିଜ ନିଜ କଳା ପରିବେଷଣ କରିଥିଲେ l














