
ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ ଠାରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଦାବି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟି ପାଇଁ ଏକ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା , ଏମ.ଏମ.ଡି.ଆର ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ତା୦୮/୧୦/୨୦୨୬ରିଖ ସକାଳ ୬ଘଣ୍ଟା ଠାରୁ ଅପରାହ୍ନ ୬ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପ୍ରସଙ୍ଗରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନେତୃବୃନ୍ଦ ଆହ୍ୱାନ କରିଛନ୍ତି ।















