ରଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରଣପୁର ଗଡ଼ର ନିଘଞ୍ଚ ବଣ ପାହାଡ଼ ଘେରା ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି l ବାବା କିଛି ମାସ ପୂର୍ବେ ଦାଶରଥି ପଟ୍ଟନାୟକ ଆନ୍ତର୍ଜାତିକ ପାଠାଗାର, ସଂଗ୍ରହାଳୟକୁ ପରିଦର୍ଶନ ରେ ଆସି ଖୁବ ଖୁସି ପ୍ରକଟ କରିଥିଲେ ଏବଂ ନେପାଳ ର ଗଣ୍ଡୁକୀ ନଦୀରେ ବଜ୍ରକୀଟ ଦ୍ୱାରା ଖୋଦିତ ସୁଦର୍ଶନ ଚକ୍ର ସ୍ୱରୂପ ଅତ୍ୟନ୍ତ ବିରଳ ଶାଳଗ୍ରାମ ତଥା ବିଷ୍ଣୁ ଶିଳା କୁ ସଂଗ୍ରହାଳୟକୁ ପ୍ରଦାନ କରିଥିଲେ l

ପୁନଶ୍ଚ ଗୁରୁ ଶ୍ରୀ ଅନାଦୀ ବାବାଙ୍କ ଦ୍ୱାରା ମଧ୍ୟ ପ୍ରଦେଶ ର ନର୍ମଦା ନଦୀରୁ ସଂଗୃହୀତ ଏକ ଅତ୍ୟନ୍ତ ବିରଳ ଶିବଲିଙ୍ଗ ଶାଳଗ୍ରାମ କୁ ଶ୍ରୀକୁଟି ଧାମରେ ବାବା ସଂଗ୍ରହାଳୟକୁ ପ୍ରଦାନ କଲେ l ପ୍ରାକୃତିକ ସୃଷ୍ଟି ଦ୍ୱାରା ଏହି ବିରଳ ଶିବଲିଙ୍ଗ ଶାଳଗ୍ରାମ ସମ୍ପର୍କେ ଗୁରୁ ଶ୍ରୀ ଅନାଦି ବାବା ସୂଚନା ପ୍ରଦାନ କରନ୍ତିଯେ … ଅନାଦି ଅନନ୍ତ କାଳରୁ ପବିତ୍ର ନର୍ମଦା ନଦୀ ସୃଷ୍ଟି l ନର୍ମଦା ର ପ୍ରତି ଜଳବିନ୍ଦୁ ଅତ୍ୟନ୍ତ ପବିତ୍ର ଅଟେ l ନର୍ମଦା ନଦୀ ଜଳରୁ ମିଳୁଥିବା ଶିବଲିଙ୍ଗ ପ୍ରାକୃତିକ ଓ ଅତ୍ୟନ୍ତ ବିରଳ ଏବଂ ପବିତ୍ର l
ନଦୀ ଜଳରେ ବର୍ଷ ବର୍ଷ ଧରି ରହିଥିବା ପଥର ଖଣ୍ଡ ମାନଙ୍କରୁ ପ୍ରାକୃତିକ ଭାବେ ସୃଷ୍ଟି ହୁଏ ଶିବଲିଙ୍ଗ l ଏହା ଅତ୍ୟନ୍ତ ବିରଳ ଅଟେ l ନର୍ମଦା ନଦୀରୁ ଏହି ଶିବଲିଙ୍ଗ କୁ ପାଇବା ଓ ସଂଗ୍ରହ କରିବା ଅତ୍ୟନ୍ତ ବିରଳ l ଦାଶରଥି ପଟ୍ଟନାୟକ ସଂଗ୍ରହାଳୟରେ ଏହି ବିରଳ ଶିବଲିଙ୍ଗ ଶାଳଗ୍ରାମ ସମସ୍ତଙ୍କୁ ଖୁବ ବିସ୍ମିତ ଓ ଆକର୍ଷିତ କରିବ l ଦାଶରଥି ପଟ୍ଟନାୟକ ପାଠାଗାର ସଂଗ୍ରହାଳୟ ପକ୍ଷରୁ ଗୁରୁ ଶ୍ରୀ ଅନାଦି ବାବାଙ୍କୁ ଆମେ ଅନେକ ଅନେକ କୃତଜ୍ଞତା ପ୍ରଦାନ କରୁଛୁ l














