• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ନବକଳେବର ପରେ କାୟା ବିସ୍ତାର କରୁଛି : ବିଜୁ ଯୁବ – ଛାତ୍ର ଜନତା ଦଳ

Proprietor Abhimanyu Maharana by Proprietor Abhimanyu Maharana
October 4, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ନବକଳେବର ପରେ କାୟା ବିସ୍ତାର କରୁଛି : ବିଜୁ ଯୁବ – ଛାତ୍ର ଜନତା ଦଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୦୪ ଅକ୍ଟୋବର ରବିବାର ) ଭୁବନେଶ୍ୱର ରିପୋର୍ଟ ଅଭିମନ୍ୟୁ :- ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ସଂଗଠନ ଯୁବ ଓ ଛାତ୍ର ଶାଖାର ପୁନର୍ଗଠନ କରିସାରିଛି । ପ୍ରଥମେ କମିଟି ଚୟନ ଓ ପରେ ସଭାପତି ମନୋନୟନ କରି ଦଳ ଏକ ନୂଆ ରାଜନୈତିକ ପରମ୍ପରା ସୃଷ୍ଟି କରିଛି ନବୀନଙ୍କ ଏହି ମାଷ୍ଟର ଫଣ୍ଡା ବିଗତ ବର୍ଷ ଧରି ସଂଗଠନର ଧୀମା ଗତିକୁ ଚଳଚଂଚଳ କରିପାରିଥିବା ଆଲୋଚନା ହେଉଛି । ସଂଗଠନ ପୁନର୍ଗଠନ ଯୁବକ ଓ ଛାତ୍ର ନେତୃତ୍ୱକୁ ଏକ ଭିର୍ନ ବାର୍ତା ଦେଇଥିବାର ରାଜନୈତିକ ବିଶ୍ଲେଷକ ମାନେ ମତ ରଖିଛନ୍ତି ।

ଯୁବ ଓ ଛାତ୍ର ସଂଗଠନର କାୟାକଳ୍ପ ପରିବର୍ତନ ପାଇଁ ଦଳର ସୁପ୍ରିମୋ ଇସାରା ଦେବା ପରେ ଏନେଇ ଘଣ୍ଟା ଚକଟା ଆରମ୍ଭ ହୋଇଯାଇଥିଲା । ଦଳର ସଙ୍କଟ ମୋଚକ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋକସରେ ରହିଥିଲା ଏହି ଦୁଇ ସଂଗଠନ । ଯୁବ ଛାତ୍ର ସଂଗଠନରୁ ଦଳର ପୁରୁଣା ଛାପ ଛଡାଇ ନୂଆ ଲେପ ଦେବାକୁ ଆରମ୍ଭ ହେଲା କସରତ । ଏହି ସମ୍ପୂର୍ଣ ପ୍ରକ୍ରିୟାର ପ୍ରଚ୍ଛଦପଟ ପୃଷ୍ଠପୋଷକ ଭାବେ ପରିଚାଳନା କରୁଥିଲେ ଦଳର ଛାୟା ଆଉ କାୟା କୁହାଯାଉଥିବା ସାଙ୍ଗଠନିକ ସମ୍ପାଦକ ବବି ଦାସ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁଇ ଛାମୁଆ ସଂଗଠନର ମଙ୍ଗ ପୁରୁଣା ନେତାଙ୍କ ହାତରୁ କାଢି ନୂଆ ଆଉ ଯୁବ ଚେହେରା ହାତରେ ଟେକିଦିଆଗଲା । ଚାନ୍ଦବାଲି ଓ ଧର୍ମଶାଳା ବିଧ୍ୟାୟକଙ୍କୁ ଦଳର ସାଧାରଣ ସମ୍ପାଦକ ଛାତ୍ର ଓ ଯୁବ ବ୍ୟାପାର ଦାଇତ୍ୱ ନ୍ୟସ୍ତ କରାଗଲା ।

ପରବର୍ତୀ ସମୟରେ ଦଳ ଯୁବ ଶାଖାର ସଭାପତି ପଦରେ ଅନୁଭବୀ ଯୁବଛାତ୍ର ନେତା ଦୁଇ ଥରର ବିଧାୟକ ବ୍ୟୋମକେଶ ରାୟ ଓ ଛାତ୍ର ସଂଗଠନ ଦାୟିତ୍ୱରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଯଥାକ୍ରମେ ନିଯୁକ୍ତ କରିଲା ଦଳ । ତେବେ ଦଳର ମିଳିତ ମୋର୍ଚାର କମାଣ ରହିଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ହାତରେ । ଦିବଂଗତ ବିଜେଡି ନେତା କଳ୍ପତରୁ ଦାସଙ୍କ ପୁଅ ହେଉଛନ୍ତି ଜିତୁ । ସ୍ବର୍ଗତ ଦାସଙ୍କ ପୁଅ ପ୍ରଣବ ଦଳରୁ ଦୁଇ ଦୁଇ ଥର ବିଧାୟକ । ବିଜୁ ଜନତା ଦଳ ସହ ତାଙ୍କ ପରିବାର ଓ ସେ ବହୁ ବର୍ଷ ଧରି ଜଡିତ । ତେଣୁ ତାଙ୍କର ଦୂରଦୃଷ୍ଟି ଓ ଦକ୍ଷତା ଆଧାରରେ ଦଳ ତାଙ୍କୁ ଏହି ଗୁରୁ ଦାଇତ୍ୱ ଦେଇଛି । ଏହା ସହ ବ୍ୟୋମକେଶ ଓରଫ ବାପି ମଧ୍ୟ ପୂର୍ବରୁ ଛାତ୍ର ଶାଖା ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରି ବିଜେଡି ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଶ୍ରୀ ରାୟଙ୍କ ଅଭିଜ୍ଞତା ଓ ଅନୁଭବକୁ ଦଳ କାମରେ ଲଗାଇବା ପାଇଁ ତାଙ୍କ ଉପରେ ଭରସା ଜାହିର କରିଛି ।

ସଭାପତି ମାନୋନୟ ପୂର୍ବରୁ କମିଟି ଚୟନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି ଏହି ଦୁଇ ୟଙ୍ଗ ବ୍ରିଗେଡ । ଦଳ ମୋର୍ଚାର ମଙ୍ଗ ସମ୍ଭାଳିବା ପରେ ସଂଗଠନ ପୁନର୍ବିନ୍ୟାସର ଆଭାସ ଦେଇ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଜିଲ୍ଲା ୱାରୀ ସଂଗଠନର ସମୀକ୍ଷା ଏବଂ କୋଭିଡି କଟକଣା ସତ୍ୱେ ଯୁବ ଛାତ୍ର ସଂଗଠନର କର୍ମକର୍ତାଙ୍କ ସହ ପାଞ୍ଚ ପାଞ୍ଚ ଥର ଆଲୋଚନା ସହ କୋଭିଡି ଓ ବିଶ୍ୱ ବିଦ୍ୟାଳୟ ଆଇନ ସମ୍ପର୍କିତ ବହୁ ଗୁରତ୍ବପୂର୍ଣ ୱେବିନାର ମାଧ୍ୟମରେ ବ୍ୟାପକ ସମର୍ଥନ ହାସଲ କରି ଏକ ଇତିହାସ ତିଆରି କରିଛି । ତୁହାକୁ ତୁହା ୱେବିନାର ମାଧ୍ୟମରେ ଯୁବ ଓ ଛାତ୍ରଙ୍କ ସହ ସମ୍ପର୍କକୁ ମଜବୁତ କରିବା ଯୋଗୁଁ ଶିଥିଳ ସଙ୍ଗଠନରେ ଚମକ ଆସିଛି । ସଂଗଠନର କାର୍ଯ୍ୟକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାରେ ଜୋର ଦେଇଛନ୍ତି ଦଳର ଏହି ଦୁଇ ଧୂରୀଣ ଯୁବ ବିଧାୟକ । ସଂଗଠନର ନବକଳେବର ବିରୋଧୀଙ୍କୁ ସାମ୍ନା କରିବାକୁ ବଳ ଯୁଟେଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

୨୦୨୪ ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନରେ ଯୁବ ଓ ଛାତ୍ର ଶାଖାକୁ ପ୍ରମୁଖ ଅସ୍ତ୍ର କରିପାରେ ଦଳ । ତେଣୁ ସ୍ଥାଣୁ ପାଲଟି ଯାଇଥିବା ଦଳର ଦୁଇ ଛାମୁଆ ଶକ୍ତିକୁ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡିଛିନ୍ତି ଜିତୁ ଆଉ ବାପି ।
ଆଉ ଏହି ଦୁଇ ଜଣଙ୍କ ଉପରେ ଦଳ ସୁପ୍ରିମୋ ନବୀନଙ୍କ ଆଶୀର୍ବାଦ ଆଉ ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଛି । ବିଜେଡିର ସର୍ବଶକ୍ତିମାନ ଆଉ ନିରଙ୍କୁଶ କ୍ଷମତାକେନ୍ଦ୍ର କୁହାଯାଉଥିବା ବବି ଦାସଙ୍କ ପୂର୍ଣ୍ଣ ସମର୍ଥନରେ ସଙ୍ଗଠନକୁ ନୂଆ ରୂପ ଆଉ ରଙ୍ଗ ଦେଇ ବିରୋଧୀଙ୍କ ସହ ବଳ କଷିବା ପାଇଁ ଉଭୟ ଜିତୁ ଆଉ ବାପି ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ୨୦୨୪ରେ ବିରୋଧୀଙ୍କୁ ସତ୍ତା ହାସଲରୁ ମାତ ଦେଇ ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇବାରେ ଦଳର ଏହି ପରିବର୍ତ୍ତିତ ଯୁବ ଚେହେରା ସଫଳ ହେବେ ବୋଲି ଆଶା କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version