No Result
View All Result

ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ୨୦୨୬ ସେପ୍ଟେମ୍ବର ମାସରେ ଅବସରଗ୍ରହଣ କରିଥିବା ୧୮ ଜଣ ରେଳ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ରେଳ ପ୍ରତି ସେମାନଙ୍କର ଦୀର୍ଘବର୍ଷର ନିଷ୍ଠାପୂର୍ଣ୍ଣ ଓ ମୂଲ୍ୟବାନ ସେବା ପାଇଁ ଏହି ଅବସରରେ ସେମାନଙ୍କୁ ସମ୍ମାନ ଜଣାଯାଇଥିଲା । ଅବସରଗ୍ରହଣ କରିଥିବା କର୍ମଚାରୀ ମାନେ ହେଲେ ଇଞ୍ଜିନିୟରିଂ, ବାଣିଜ୍ୟ, ବିଦ୍ୟୁତ, ଯାନ୍ତ୍ରିକ, ପରିଚାଳନା ଏବଂ ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିଲେ ।

ଚଳିତ ମାସରେ ଅବସରଗ୍ରହଣ କରିଥିବା କର୍ମଚାରୀମାନେ ହେଲେ-ଆକାଉଣ୍ଟସ୍ ବିଭାଗର ମଥା ଭେଙ୍କଟ ରମଣ ରାଓ; ଇଞ୍ଜିନିୟରିଂ ବିଭାଗର କିଶୋର ଚନ୍ଦ୍ର ମହାପାତ୍ର, ବିରଞ୍ଚି ନାରାୟଣ ଦାସ, ଦଣ୍ଡପାଣି ଏବଂ ବି. ସକଲି ପାତ୍ର; ବାଣିଜ୍ୟ ବିଭାଗର ଇତିଶ୍ରୀ ଦାସ, ଜେ. କ୍ରିଷ୍ଣା ରାଓ ଏବଂ ତ୍ରିଲୋଚନ ଦାସ; ବିଦ୍ୟୁତ ବିଭାଗର କେ. କାମେଶ୍ୱର ରାଓ ଏବଂ ହରମୋହନ ବେହେରା; ମେକାନିକାଲ୍ ବିଭାଗର ପ୍ରମିଳା ଜେନା ଏବଂ ବେଣୁଧର ବେହେରା; ଅପରେଟିଂ ବିଭାଗର ଦେବରାଜ ବେହେରା,
କେ. ଏସ୍. ଭାସ୍କର, ଦୀନବନ୍ଧୁ ବେହେରା, ସର୍ବେଶ୍ୱର ଜେନା ଏବଂ ମହମ୍ମଦ କାଲୁ; ଏବଂ ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଫାଲ୍ଗୁନୀ ମୁଖୋପାଧ୍ୟାୟ । ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ରାଜଧାରୀ ଯାଦବ ଅବସରଗ୍ରହଣ କରୁଥିବା କର୍ମଚାରୀ ମାନଙ୍କର ଦୀର୍ଘବର୍ଷର ସେବାକାଳୀନ ମୂଲ୍ୟବାନ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କର ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ସୁଖମୟ ଅବସର ଜୀବନ କାମନା କରିଥିଲେ । ଏଥିସହ ସେ ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସାଇବର ଠକେଇ ଓ
ଅନଲାଇନ୍ ଆର୍ଥିକ ଠକେଇ ପ୍ରତି ସତର୍କ ରହିବା ସହିତ ଅନଲାଇନ୍ରେ ବ୍ୟକ୍ତିଗତ ତଥା ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ସୂଚନା ଆଦାନ-ପ୍ରଦାନ ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶଙ୍କ ମାର୍ଗଦର୍ଶନରେ ସମସ୍ତ କଲ୍ୟାଣ ନିରୀକ୍ଷକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମନ୍ୱୟ କରାଯାଇଥିଲା।

No Result
View All Result