ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ ସୁରକ୍ଷିତ ଓ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସଜାଗତା ଏବଂ ଅତୁଳନୀୟ ଯୋଗଦାନ ପାଇଁ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି । ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମିନା ଙ୍କ ସମେତ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ l















