ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା l

ଏହି ରାଲିରେ ପ୍ରଦେଶ ମହିଳା କଂଗ୍ରେସ ସରକାର ବିରୋଧୀ ସ୍ଲୋଗାନ ଦେବାବେଳେ ମହିଳା ପୋଲିସ ପକ୍ଷରୁ ହଠାତ ଆକ୍ରମଣ ହୋଇ ଧସ୍ତାଧସ୍ତି ଆରମ୍ଭ କରାଯାଇଥିଲା l ପୋଲିସର ଆକ୍ରମଣ ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଗୁରୁବାର ଆହତ ହେବାରୁ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି l
















