No Result
View All Result

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକର ଓଡିଆ ସମ୍ବାଦ ପତ୍ର “ଜାତିର ସ୍ୱର ” ର ୬ଷ୍ଠ ବାର୍ଷିକୋତ୍ସବ ପାଳନ ରାଜଧାନୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । “ଜାତିର ସ୍ୱର”ର ସଂପାଦକ ଡଃ ଗୋପାଳ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଧ୍ରୁବ ଚରଣ ସେଠୀ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଡ଼. ମିନା କୁମାରୀ ପ୍ରଧାନ, ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡ. ରଶ୍ମି କର, କବି ଡ. ଗୀତାଞ୍ଜଳି ମହାପାତ୍ର,

ପ୍ରାକ୍ତନ ପୋଲିସ ନିରୀକ୍ଷକ ଯୁଧିଷ୍ଠିର ପ୍ରଧାନ, କବି କାହୁଁ ଚରଣ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇ ସମ୍ବାଦ ପତ୍ର ସମାଜର ଆଇନା, ସତ୍ୟ ସାମ୍ବାଦିକତା ସମାଜର ଶକ୍ତି, ଆଉ ସଚେତନ ନାଗରିକ ହେଉଛନ୍ତି ଏକ ସୁସ୍ଥ ସମାଜର ପରିଚୟ, ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ, କବି ସୌଦାମିନୀ ସାମଲ, ଇନ୍ଦିରା ମିଶ୍ର, ଋତୁ ମହାନ୍ତି, ନିଳୀମା ପଟ୍ଟନାୟକ, ଅନସ୍ୱୟା ବାରିକ୍, ପ୍ରଣତି ପରିଡ଼ା,
ବିପିନ ବିହାରୀ ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ କବି, କବୟିତ୍ରୀ ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ। ଏହି ଉତ୍ସବରେ ବହୁ କୃତୀ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଆଲୋଚନା ଚକ୍ର, କବିତା ଆସର, ସମ୍ବାଦ ପତ୍ରର ଉନ୍ମୋଚନ , ସଙ୍ଗୀତ ଗାନ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତିର ସ୍ୱର ପରିବାରର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result