ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଦେଇ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କା ରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଭାବେ ଆହାତ ଛାତ୍ରଙ୍କୁ ନିକଟସ୍ଥ ଟେକାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ଠାରୁ ୨୫ କିମି ଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକେଲି ମଣ୍ଡଳ ଅନ୍ତର୍ଗତ ରାୟୱାଲସା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସୂଚନା ଅନୁଯାୟୀ ଟେକାଲି ଗ୍ରାମ ସ୍ଥିତ ଏସ ସି/ଏସ ଟି ହଷ୍ଟେଲ ରେ ରହି ଏହି ୫ ଜଣ ଛାତ୍ର +୨ରେ ଅଧ୍ୟୟନ କରୁଥିଲେ l















