No Result
View All Result
କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ଜିଲ୍ଲା ବୟାଳିସମୌଜା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମରେ ଥିବା ସତ୍ୟଯୁଗର ଏକମାତ୍ର ପ୍ରସିଦ୍ଧ ବଳି ବାମନ ପୀଠରେ ପବିତ୍ର ଶ୍ରୀ ବାମନ ଜନ୍ମ ଓ ସୁନିଆ ଉପଲକ୍ଷେ ବାମନ ଦେବଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ନାମ, ଯଜ୍ଞ, ସଂକୀର୍ତ୍ତନ ଏବଂ ପ୍ରସାଦ ସେବନ କରାଯାଇ ଅଞ୍ଚଳବାସୀଙ୍କ କଲ୍ୟାଣ ନିମନ୍ତେ ବିଶେଷ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଉପେନ୍ଦ୍ର ବେହେରା, କାର୍ଯ୍ୟ ସମ୍ପାଦକ ଦିଲୁ ରାଉତ, ପୂଜକ ବିକ୍ରମ ରାଉଳ, ପୂର୍ବତନ ସରପଞ୍ଚ ଶରତ ରାୟ, ନାରାୟଣ ମହାରଣା, ବାସଲତା ରାଉଳ, ଲକ୍ଷ୍ମୀଧର ଶାସମଲ, ଅଭିଜିତ୍ ରାୟ, ସଂଗ୍ରାମ ରାଉଳ, ଚାନ୍ଦୁଲି ଗ୍ରାମବାସୀ ବୃନ୍ଦ ଏବଂ ସାଧୁସନ୍ଥମାନେ ଯୋଗଦେଇଥିଲେ । ପରିଶେଷରେ ପଣ୍ଡିତ ଗୁରୁ ପ୍ରସାଦ ରଥ ଓ ସମାଜସେବୀ ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ପରିବେଶକୁ ଅଧିକ ପ୍ରାଣାନ୍ତକ କରିଥିଲେ ।

No Result
View All Result