ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭାରତରେ ଆୟୁର୍ବେଦ ଚିକିତ୍ସା ବହୁ ପୁରାତନ । ଅଣସର ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ବର ଉପଶମ ପାଇଁ ଦଶ ମୂଳାରିଷ୍ଟ ମୋଦକ ଲାଗି ହେବା ପରମ୍ପରା ରହିଛି । ବୁଧବାର ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୧୧ ତମ ଆୟୁର୍ବେଦ ଦିବସ ଓ ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ବିପିନ ବିହାରୀ ଖୁଣ୍ଟିଆ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ।















