ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲାର ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପାଇଁ ଏକ ଗର୍ବ ଓ ଆନନ୍ଦର ଖବର। ଗୁରାଣ୍ଡି ଗ୍ରାମର ଝିଅ ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS), କଲ୍ୟାଣୀରୁ MBBS ଡିଗ୍ରୀ ହାସଲ କରିବା ସହିତ ତାଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । MBBS ପାଠ୍ୟକ୍ରମ ସମୟରେ ସର୍ମିଷ୍ଠା ଏକାଧିକ ପ୍ରମୁଖ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । Anatomy, Biochemistry, Pathology ଓ Toxicology ସମେତ ବିଭିନ୍ନ ବିଷୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବା ତାଙ୍କ ଶିକ୍ଷାଗତ ଉତ୍କର୍ଷର ପରିଚୟ ଦେଇଛି ।















