ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀର ହୁଳୁହୁଳିଆ ନିକଟସ୍ଥ କୃଷ୍ଣା ଗାର୍ଡେନ ଠାରେ ଭାରତୀୟ ଯୋଗ ସଂସ୍ଥାନର ପୁରୀ ଯୋଗ ଜିଲ୍ଲା ଦ୍ବାରା ଆୟୋଜିତ ହୋଇଥିଲା ଜିଲ୍ଲା ଯୋଗ ଉତ୍ସବ। ଏହି ସଭାରେ ମୁଖ୍ୟ ଅଥିତି ଭାଵେ ପୁରୀ ଯୋଗଜିଲ୍ଲା ପ୍ରଧାନ ମନମୋହନ ମହାପାତ୍ର ଯୋଗ ଦେଇ ଶରୀରକୁ ସୁସ୍ଥ ରଖିବାପାଇଁ ହେଲେ ନିୟମିତ ଯୋଗାଭ୍ଯାସ କରିବା ସହ ଯୋଗକୁ କିଭଳି ଭାବେ ପୁରୀସହର ସହ ସମସ୍ତ ଗ୍ରମାଞ୍ଚଳରେ ପହଞ୍ଚାଯାଇପାରିବ ଏବଂ

ଅଧିକରୁ ଅଧିକ ଲୋକ ଏହି ନିଶୁକ୍ଳ ସେବା ପାଇପାରିବା ସହ ଓଡିଶା ପ୍ରାନ୍ତରେ ପୁରୀ ଯୋଗ ଜିଲ୍ଲାକୁ ଏକ ନମ୍ବର କରାଯିବା ନେଇ ଉପଦେଶ ଦେଇଥିଲେ। ଏହି ଅବସରରେ ଯୋଗ ଜିଲ୍ଲା ଉପଦେଷ୍ଟା ବିବିରାମ ସ୍ଵାଇଁ ଓ ଦେବଦତ୍ତ ଷଡଙ୍ଗୀ, ଜିଲ୍ଲା ମନ୍ତ୍ରୀ ଶଦାସିବ ଦାସ ,ଜିଲ୍ଲା ସଂଗଠନ ମନ୍ତ୍ରୀ ନିରଞ୍ଜନ ରାଉତରାୟ, ଗୁଣ୍ଡିଚା କ୍ଷେତ୍ର ଓ ଜଗନ୍ନାଥ କ୍ଷେତ୍ରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।















