ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଜାଗା ପଞ୍ଚାୟତ ପକ୍ଷରୁ ୨୬ତମ ଗଣପତି ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଓ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଏହି ଧାର୍ମିକ ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଗଣପତି ମହୋତ୍ସବ ଆୟୋଜନ କରି ଶ୍ରଦ୍ଧାଳୁଙ୍କ ପ୍ରିୟଭାଜନ ହୋଇପାରିଛି । ଏହି ଅବସରରେ ଅନୁଷ୍ଠାନର ସ୍ଥାୟୀ ସଦସ୍ଯ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ସଭ୍ଯ ଓ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ନିମାଇଁ ଚରଣ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ନିତ୍ଯ ପ୍ରସାଦ ପଟ୍ଟନାୟକ ସଭାପତିତ୍ବ କରିିଥିଲେ । ଦାମୋଦର ଦାସ, ଅକ୍ଷତ ମୋହନ ସାହୁ, କେଶବ ପରିଡା,ରାମଚନ୍ଦ୍ର ପାଢୀ,ପୂର୍ଣ୍ଣଚନ୍ଦ୍ର ପାଣି, ଚିତ୍ତରଞ୍ଜନ ଦାଶଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 
ମହମ୍ମଦ ୱାଦିର ଭାୟା ଓ ଭରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କଟକର ସୁନାମଧନ୍ଯ ମେଲୋଡି ଗ୍ରୁପ ଦ୍ବାରା ଆଧ୍ୟାତ୍ମିକ ଭଜନ ଓ ନୃତ୍ଯ ପରିବେଷଣ କରାଯାଇଥିଲା । କୋଷାଧ୍ୟକ୍ଷ ହରିବନ୍ଧୁ ପଣ୍ଡା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ କରିଥିଲେ ।















