ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରେ ନୂଆ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ’ ଭାବେ ଅଭିଷେକ ବେହେରା ଯୋଗଦାନ କରିଛନ୍ତି | ଯୋଗଦେବା ପରେ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ହ୍ଵାଟ୍ସଆପ ଗ୍ରୁପ ରେ ଜଣାଇଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଇଚ୍ଛା ବିନା ଏ ପବିତ୍ର ଧାମରେ ପାଦ ପଡ଼ିବା ଅସମ୍ଭବ। ବିଶ୍ୱପ୍ରସିଦ୍ଧ କ୍ଷେତ୍ର ପୁରୀରେ ଯୋଗଦେଇ, ଆପଣମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପରିବାରରେ ସାମିଲ ହେବାର ସୌଭାଗ୍ୟ ମିଳିଛି। ମୋର ପୂର୍ବ କାର୍ଯ୍ୟକ୍ଷେତ୍ର ଢେଙ୍କାନାଳରୁ ବଦଳି ହୋଇ ମହାପ୍ରଭୁଙ୍କ ଏହି ସାଧାରଣ ସେବାକ୍ଷେତ୍ରକୁ ଆସିବା ମୋ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ଏବଂ ଗୌରବର ମୁହୂର୍ତ୍ତ।















