ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ମହାନଗର ନିଗମ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପଟ, ଉତ୍ତରପାର୍ଶ୍ବ ମଠ,ଶ୍ରୀସେତୁ ନିକଟରେ ପ୍ରାୟ ୪୦ଟି ଦୋକାନ ଓ ଖଜା ଭାଟିରେ ମିଳିତ ଚଢ଼ାଉ କରାଯାଇଛି । ପୁରୀ ପୋଲିସ, ଖାଦ୍ଯ ସୁରକ୍ଷା ଅଧିକାରୀ, ମହାନଗର ଏନଫୋର୍ସମେଣ୍ଟ ଟିମ, ଜିଲ୍ଲା ଯୋଗାଣ ବିଭାଗ ପ୍ରମୁଖ ମିଳିତ ଚଢାଉ କରି ପ୍ରାୟ ୨କ୍ବିଣ୍ଟାଲ ଖଜା ଓ ଚିନିସିରା ଜବତ କରିଛନ୍ତି । ପୁରୀ ଖଜା ନାମରେ ଓ ଏହା ଜଗନ୍ନାଥଙ୍କ ଭୋଗ କହି ୧ ଶହ ଟଙ୍କାରୁ ୫ଶହ ଟଙ୍କାରେ ବିକ୍ରି ହେଉଅଛି । ଅସ୍ବାସ୍ଥ୍ୟକର ପରିବେଶ, ପୋଡାତେଲ, ବାସୀ ଚିନିସିରା, ନିମ୍ନ ମାନର ମଇଦା, ଖଜାରେ ରଙ୍ଗ ବ୍ଯବହାର ଓ କେମିକାଲ ବ୍ଯବହାର କରି ଖଜା ପ୍ରସ୍ତୁତ କରି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।

ଚୋରା ଗ୍ଯାସ ସିଲିଣ୍ଡର ବ୍ୟବହାର ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ସେଗୁଡିକ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଛି । ଖଜା ଦୋକାନରେ ଖଜା ବିକ୍ରିରୁ ଅତ୍ଯଧିକ ଲାଭ ହେଉଥିବାରୁ ଏଥିରେ ଅସାମାଜିକ ଯୁବକ କାମ କରିବା ସହ କ୍ରାଇମ କରୁଥିବା ବିଗତ ଦିନରେ ଧରାପଡିଥିଲା । ଖଜା ଭାଟି ଓ ଦୋକାନରେ କାର୍ଯ୍ଯରତ କର୍ମଚାରିଙ୍କ ର ଅପରାଧୀକ ପୃଷ୍ଠ ଭୂମିକୁ ପୋଲିସ ଯାଞ୍ଚ କରୁଛି । ଖଜାର ମାନ ଓ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଥିଲା । ଗୁରୁବାର ସକାଳୁ ପୋଲିସ ଟିମ ସହ ମିଳିତ ଟିମ ଚଢ଼ାଉ କରିଥିଲେ ।
















