ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମହାନଗର ନିଗମ ଅନ୍ତର୍ଗତ ପର୍ଯ୍ୟଟକ ବହୁଳ ରାସ୍ତା ଝାଡେଶ୍ବରୀ ମନ୍ଦିର ନିକଟରେ ପାଣି ଦୀର୍ଘ ୧୫ ଦିନ ଧରି ଜମି ରହୁଥିଲେ ମଧ୍ଯ ନିଷ୍କାସିତ ହୋଇପାରୁ ନାହିଁ । ଭିଆଇପି ରୋଡ ଝାଡେଶ୍ବରୀ ମନ୍ଦିର ପୋଲିସ ଲାଇନ ଦେଇ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ଡ୍ରେନେଜ ବ୍ଯବସ୍ଥା ନଥିବା ଯୋଗୁ ଏଭଳି ଅକଥନୀୟ ଅବସ୍ଥା ପଥଚାରୀ ଓ ପର୍ଯ୍ୟଟକ ଭୋଗୁଛନ୍ତି । ଝାଡେଶ୍ବରୀ ମନ୍ଦିର କୁ ପଙ୍କ କାଦୁଅ ପାଣି ଚକଟି ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ।

ଟ୍ରେନରେ ଆସୁଥିବା ପର୍ଯ୍ୟଟକ ମାନେ ସେହି ରାସ୍ତା ଦେଇ ଆସୁଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପୁରୀ ପୌରସଂସ୍ଥା ମହାନଗର ନିଗମ ହୋଇଥିବା ବେଳେ କେବଳ ସାଇନବୋର୍ଡ ରେ ରହିଯାଇଛି । ସେହି ରାସ୍ତା ଟି ଅର୍ଦ୍ଧ ଚନ୍ଦ୍ର ହୋଇ ରହିଥିବାରୁ ପାଣି ଜମି ରହୁଛି । ମାସକ ତଳେ ଗୋଡି ବାଡ଼ିଆ ପିଚୁ ହୋଇଥିଲେ ମଧ୍ଯ ରାସ୍ତା ସମତୁଲ କରାଯାଇନାହିଁ । ପୁରୀର ବିକାଶ କରାଯାଉଛି ବୋଲି ଡିଣ୍ଡିମ ବାଜୁଥିବା ବେଳେ ପ୍ରକୃତପକ୍ଷେ ଆଖିଦୃଶିଆ କାମ ହୋଇପାରୁନାହିଁ । ରାସ୍ତା ଓସାରିକରଣ ସହ ଡ୍ରେନ କରିବା ପାଇଁ ଆଲୋଚନା ହେଉଛି ।