ବାଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନଏସି ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନଏସିର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ କୃଷକ ବନ୍ଧୁମାନଙ୍କ ସହ ମତବିନିମୟ କରିଥିଲେ । ଚଳିତ କୃଷି ଋତୁରେ ଉତ୍ତମ ଅମଳ ଓ କୃଷକମାନଙ୍କ ସମୃଦ୍ଧି କାମନା କରି ମା’ଙ୍କ ନିକଟରୁ ଆଜ୍ଞାମାଳ ଆଣିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।














