• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Proprietor Abhimanyu Maharana by Proprietor Abhimanyu Maharana
September 14, 2026
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
World Odisha Society pays tribute to Pranab Patnaik
Share on FacebookShare on TwitterWhatsapp

ନୂଆଦିଲ୍ଲୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା ଓ ସୋ) ପକ୍ଷରୁ କିମ୍ବଦନ୍ତୀ ଗାୟକ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୱା ଓ ସୋ ଦ୍ୱାରା ଆଭାସୀ ମଞ୍ଚରେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବ୍ୟାପୀ ପ୍ରବାସୀ ଓଡ଼ିଆ ନେତାମାନେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କର ଦୁଃଖଦ ବିୟୋଗ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଶୋକ ସମାବେଶରେ ୱା ଓ ସୋ‌ର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ବୃନ୍ଦ , ଦେଶ ବିଦେଶର ପ୍ରମୁଖ ଅଣନିବାସୀ ଓଡ଼ିଆ ସମ୍ପ୍ରଦାୟ ନେତୃମଣ୍ଡଳୀ ତଥା ଶ୍ରୀ ପଟ୍ଟନାୟକଙ୍କର ପ୍ରଶଂସକ ମାନେ ଯୋଗ ଦେଇଥିଲେ।

ଡିଜିଟାଲ୍ ସଭାକୁ ସମ୍ବୋଧନ କରି ବିଶିଷ୍ଟ ବ୍ୟକ୍ତି ମାନେ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକ ଅସଂଖ୍ୟ କାଳଜୟୀ ସଙ୍ଗୀତ ଗାୟନ କରି ଓଡ଼ିଶାର ସମୃଦ୍ଧ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟକୁ ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ବିପୁଳ ଯୋଗଦାନ ଦେଇଥିବା ଉଲ୍ଲେଖ କରିଥିଲେ । ସଭାରେ ପୌରହିତ୍ୟ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସ୍ବର୍ଗତଃ ଶ୍ରୀ ପଟ୍ଟନାୟକଙ୍କ ସହ ୱା ଓ ସୋ‌ର ଖୁବ ଘନିଷ୍ଠ ସମ୍ପର୍କ ଥିଲା ବୋଲି କହିଥିଲେ। କୋଭିଡ୍ ସମୟରେ ଏହି ବିଶ୍ୱସଂସ୍ଥାର ଗଠନ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ଲଗାତର ସାହାଯ୍ୟ ଓ ନିରବଚ୍ଛିନ୍ନ ସହଯୋଗ ଯୋଗାଇ ଦେଇ ଆସିଥିବା ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଥିଲେ।

ଏହି ଅବସରରେ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକ ଙ୍କର ପତ୍ନୀ କସ୍ତୁରିକା ପଟ୍ଟନାୟକ ୱା ଓ ସୋର ସଦସ୍ୟ ବୃନ୍ଦ ଏବଂ ଓଡ଼ିଶାର ଅଗଣିତ ଜନସାଧାରଣ ତାଙ୍କ ପରିବାର ପ୍ରତି ପ୍ରଦର୍ଶନ କରିଥିବା ଅଜସ୍ର ସମବେଦନା ଓ ଅପାର ସ୍ନେହ ଶ୍ରଦ୍ଧାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ସୂଚାଇ ଥିଲେ । ପ୍ରଣବ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନ ଥିଲେ ବୋଲି ଦର୍ଶାଇ, ସମ୍ଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା ଓଡ଼ିଶାର ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବ୍ୟାପକ ଅବଦାନକୁ ସରକାର ସ୍ୱୀକୃତି ଦେଇପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ୱା ଓ ସୋର ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ପ୍ରଖ୍ୟାତ ଗାୟିକା ମମତା ବେବର୍ତ୍ତା ପଟ୍ଟନାୟକ ଏବଂ ୱା ଓ ସୋ ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର ଶ୍ରୀ ପଟ୍ଟନାୟକଙ୍କର ଅନେକ ସୁମଧୁର ଓ ମର୍ମସ୍ପର୍ଶୀ ଲୋକପ୍ରିୟ ଗୀତ ଗାଇ ତାଙ୍କୁ ସଙ୍ଗୀତାତ୍ମକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଂଡେସନର ପ୍ରତିଷ୍ଠାତା ସଭାପତି ଡ଼ଃ ଅନୀତା ପଣ୍ଡା,ବରିଷ୍ଠ ପ୍ରଶାସକ ବିଭୂତି ଭୂଷଣ ପଟ୍ଟନାୟକ, ଆକାଶବାଣୀର ନିର୍ଦ୍ଦେଶିକା ସୁଭଶ୍ରୀ ମହାପାତ୍ର, ୱା ଓ ସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି, ‌ୱା ଓ ସୋ ର ମହାସଚ୍ଚିବ ଶିବ ରଞ୍ଜନ ବିଶ୍ୱାଳ, ୱା ଓ ସୋ ମହିଳା ଶାଖାର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା, ୱା ଓ ସୋ‌ର ସାଂସ୍କୃତିକ ସାଧାରଣ ସମ୍ପାଦକ ଡଃ କାବେରୀ ବେହେରା, ୱା ଓ ସୋ‌ର ଯୁଗ୍ମ ମହାସଚ୍ଚିବ ଡଃ ସୀତାଂଶୁ ଶେଖର ନନ୍ଦ, ‌ ୱା ଓ ସୋର ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ୱା ଓ ସୋର କୁୱେତ ଅଧ୍ୟାୟର ସଭାପତି ବିଶ୍ୱ ରଞ୍ଜନ ସାହୁ ଏବଂ ୱା ଓ ସୋ‌ର ସୁସ୍ଥତା ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ସୁଶାନ୍ତ ଚାନ୍ଦ ପ୍ରମୁଖ ସ୍ବର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଥିବା କହିଥିଲେ।

ଆରମ୍ଭରେ ଦିଲ୍ଲୀ ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତଃ ଯତୀନ୍ଦ୍ର ନାଥ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବତା ଅବଲମ୍ବନ କରାଯାଇଥିଲା । ସଭା ଶେଷରେ ୱା ଓ ସୋ ର ମହାସଚ୍ଚିବ ଶିବ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ସାଧାରଣ ସମ୍ପାଦକ ଅନିନ୍ଦିତା ଦାସ ଏବଂ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କର ପୁତ୍ର ଅନୁଭବ ପଟ୍ଟନାୟକ ଉପସ୍ଥିତ ଥିଲେ। ୱା ଓ ସୋର ଯୁବ ଶାଖା ସଦସ୍ୟ ନନ୍ଦନ ଦ୍ୱିବେଦୀ ଡିଜିଟାଲ୍ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହ ସଂଚାଳନା କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version