ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୫୩ ଗୋଟି ମାମଲାରେ ଜବତ ହୋଇଥିବା ୧୩.୩୪ ଟନ୍ ଗଞ୍ଜେଇକୁ ଜିଲା ଡ୍ରଗ୍ ଡିସ୍ପୋଜାଲ କମିଟିର ଆଦେଶ ଅନୁଯାୟୀ ଗଞ୍ଜାମ ଜିଲାର ଶେରଗଡ଼ ଇନ୍ସିନେରେଟର କେନ୍ଦ୍ରରେ ପୋଡ଼ି ନଷ୍ଟ କରିଦିଆଯାଇଛି ।ସୂଚନାନୁସାରେ, ପୁଲିସ ବିଭାଗର ୨୩ଟି ମାମଲାରେ ୧୧, ୫୪୧. ୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାରେ ୧, ୮୦୪, ୭୫୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ।















