• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ : ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

Proprietor Abhimanyu Maharana by Proprietor Abhimanyu Maharana
September 12, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ : ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ
Share on FacebookShare on TwitterWhatsapp

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଶିକ୍ଷଣ ଫଳାଫଳ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା ।

ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେ ବୈଠକର ବିଭିନ୍ନ ବିଷୟବସ୍ତୁ ସହିତ ୟୁଡାଇସ୍‌, ଉଲ୍ଲାସ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦିର ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଗ୍ରହଣ କରି ସମୟାନୁସାରେ କାର୍ଯ୍ୟକାରୀ କରିବାକୁ ସେ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକର ଅନ୍ୟତମ ଆକର୍ଷଣ ଥିଲା ଜୁଲାଇ ଓ ଅଗଷ୍ଟ ମାସର ଶିକ୍ଷଣ ସୋପାନ ପ୍ରଦର୍ଶନର ମୂଲ୍ୟାଙ୍କନ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନର ଗୁଣାତ୍ମକ ମାନ ଓ ନିୟମିତ ଲିପିବଦ୍ଧକରଣକୁ ଆଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଚୟନ କରାଯାଇଥିଲା | ଏଥିରେ ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଉର୍ମିଳା ଦେଇ ପ୍ରଥମ ସ୍ଥାନ,

ହଂସରା ପ୍ରାଥମିକ ବିଦ୍ୟାଳୟର ପୂର୍ଣଚନ୍ଦ୍ର ପତି ଓ ସରୋଜିନୀ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଏବଂ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ଆଶମଣୀ ସାମନ୍ତରାୟ ତୃତୀୟ ସ୍ଥାନ ହାସଲ କରିଥିଲେ | ସମସ୍ତ କୃତୀ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଓ ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା ।

ବୈଠକ ଅବସରରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଗ୍ୟାଲେରୀ ୱାକ୍‌ ପ୍ରଦର୍ଶନକୁ ବ୍ଲକ ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷଣ କରିଥିଲେ। ବିଦ୍ୟାଳୟଗୁଡ଼ିକର ଶିକ୍ଷଣ ସୋପାନ ସଠିକ୍‌ ଭାବରେ ଲିପିବଦ୍ଧ ହେଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସେ ତଦାରଖ କରିଥିଲେ । ଏହି ଅବସରରେ ଶିକ୍ଷକ ଭ୍ରମରବର ତାଡ଼ଙ୍କ ଦ୍ୱାରା ପ୍ରଦର୍ଶିତ ମଡେଲ୍‌ ଶିକ୍ଷାଦାନ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ତାଙ୍କର ଶିକ୍ଷାଦାନ ପ୍ରଣାଳୀକୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶଂସା କରିଥିଲେ ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ସୂଚନାକୁ ଠିକ୍‌ ସମୟରେ ଓ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ନରସିଂହପୁର କ୍ଲଷ୍ଟରରେ ବିଭିନ୍ନ ଶିକ୍ଷାମୂଳକ ଓ ସରକାରୀ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଧାରାକୁ ଆହୁରି ମଜବୁତ କରିବାକୁ ପରାମର୍ଶ ଦେଇଥିଲେ ।

ବୈଠକର ବିଷୟବସ୍ତୁ ଆଲୋଚନାରେ ସି.ଆର୍‌.ଜି. ସୁକାନ୍ତ କୁମାର ବେହେରା ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ଆଶାମଣୀ ସାମନ୍ତରାୟ ଏବଂ ଶିକ୍ଷକ ଅଜୟ କୁମାର ସାହୁ, ଭାଗବତ ଜେନା ଓ ପୂର୍ଣ୍ଣଚନ୍ଦ୍ର ପତି ସହଯୋଗ କରିଥିଲେ । ଗୁଣାତ୍ମକ ଶିକ୍ଷା, ନିୟମିତ ଶିକ୍ଷଣ ସମୀକ୍ଷା ଓ ଶିକ୍ଷକଙ୍କ ଉତ୍କୃଷ୍ଟ ପ୍ରୟାସକୁ ସମ୍ମାନ-ନରସିଂହପୁର କ୍ଲଷ୍ଟରର ଏହି ବୈଠକ ଶିକ୍ଷାର ମାନୋନ୍ନତି ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

October 31, 2026
ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

October 31, 2026
ବାତ୍ୟା ‘ଅର୍ଣ୍ଣବ’ର କରାଳ ରୂପ : ଭୂସ୍ଖଳନରେ ଦମ୍ପତିଙ୍କ ସହ ୭ ମାସର ଶିଶୁପୁତ୍ରର ମୃତ୍ୟୁ

ବାତ୍ୟା ‘ଅର୍ଣ୍ଣବ’ର କରାଳ ରୂପ : ଭୂସ୍ଖଳନରେ ଦମ୍ପତିଙ୍କ ସହ ୭ ମାସର ଶିଶୁପୁତ୍ରର ମୃତ୍ୟୁ

October 31, 2026
କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପଦକ୍ଷେପ : ରାଇକିଆରେ ଡାକ୍ତରୀ ଦଳ ନିୟୋଜିତ

କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପଦକ୍ଷେପ : ରାଇକିଆରେ ଡାକ୍ତରୀ ଦଳ ନିୟୋଜିତ

October 31, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

October 31, 2026
ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

October 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version