• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

Proprietor Abhimanyu Maharana by Proprietor Abhimanyu Maharana
September 3, 2026
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରୁ ଆରମ୍ଭ ହୋଇଥିବା ଜଣେ ଶିଶୁର ସ୍ୱପ୍ନ ଆଜି ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ପହଞ୍ଚିଛି। ସେହି କୃତୀ ସନ୍ତାନ ହେଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ। ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ ସେ ବୈଜ୍ଞାନିକ-ଇ ପଦରୁ ବୈଜ୍ଞାନିକ-ଏଫ୍ ପଦକୁ ପଦୋନ୍ନତି ପାଇଛନ୍ତି । ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

୧୯୮୦ ମସିହାରେ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରେ ଜନ୍ମଗ୍ରହଣ କରିଥିବା ଡ଼ଃ ରତ୍ନଙ୍କ ପିତା ତ୍ରିନାଥ ବିଶୋୟୀ ରତ୍ନ ଜଣେ ଅବସରପ୍ରାପ୍ତ ବନପାଳ ଏବଂ ମାତା ମଣିମାଳା ବିଶୋୟୀ ରତ୍ନ। ପାହାଡ଼, ଜଙ୍ଗଲ ଓ ଦୁର୍ଗମ ପରିବେଶ ମଧ୍ୟରେ ଆର୍ଥିକ ଅନଟନ ସହ ତାଙ୍କ ପିଲାବେଳ କଟିଥିଲା। ବିଦ୍ୟୁତ, ଯୋଗାଯୋଗ ଓ ଶିକ୍ଷାର ଆଧୁନିକ ସୁବିଧାରୁ ବହୁ ଦୂରରେ ଥିବା ସେହି ଅଞ୍ଚଳରେ ରହି ମଧ୍ୟ ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତାର ଶିଖର ଛୁଇଁବାରେ ସମର୍ଥ ହୋଇଥିଲେ।ରାମଗିରି ଏବଂ ପୁଡାମାରୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ କରିବା ପରେ ସେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ବିଜ୍ଞାନ ସ୍ନାତକ ଶିକ୍ଷା ହାସଲ କରିଥିଲେ।

ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମୁଦ୍ରିକ ବିଜ୍ଞାନରେ ସ୍ନାତକୋତ୍ତର, ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବାୟୁମଣ୍ଡଳୀୟ ବିଜ୍ଞାନରେ ପ୍ରଯୁକ୍ତି ସ୍ନାତକୋତ୍ତର ଏବଂ ପାଣିପାଗ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ।୨୦୧୦ ରୁ ୨୦୨୧ ପର୍ଯ୍ୟନ୍ତ ସେ ଜାପାନ, ଇଟାଲୀ ଓ ବ୍ରିଟେନର ବିଭିନ୍ନ ବିଶ୍ୱପ୍ରସିଦ୍ଧ ଗବେଷଣା ସଂସ୍ଥାରେ କାର୍ଯ୍ୟ କରି ବିଶ୍ୱସ୍ତରୀୟ ପାଣିପାଗ ଓ ଜଳବାୟୁ ଗବେଷଣାରେ ଅବଦାନ ରଖିଥିଲେ। ବିଦେଶରେ ୧୧ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଦେଶକୁ ଫେରି ଭାରତୀୟ ପାଣିପାଗ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ ଯୋଗଦାନ କରିଥିଲେ ଏବଂ ବର୍ତ୍ତମାନ ବୈଜ୍ଞାନିକ-ଏଫ୍ ପଦକୁ ଉନ୍ନୀତ ହୋଇଛନ୍ତି।କେବଳ ବୈଜ୍ଞାନିକ ନୁହେଁ, ଜଣେ ଲେଖକ ଭାବେ ମଧ୍ୟ ଡ଼ଃ ରତ୍ନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ନିଜ ଜୀବନର ସଂଘର୍ଷ, ଦାରିଦ୍ର୍ୟ, ଅଭାବ, ଶିକ୍ଷା ପାଇଁ ସଂଗ୍ରାମ ଓ ସଫଳତାର କାହାଣୀକୁ ନେଇ ସେ “Doesn’t Matter Where You Begin” (ଡଜନ୍ଟ ମ୍ୟାଟର ୱେର୍ ୟୁ ବିଗିନ୍) ନାମକ ଏକ ଆତ୍ମଜୀବନୀମୂଳକ ପୁସ୍ତକ ରଚନା କରିଛନ୍ତି। ଦୁର୍ଗମ ଆଦିବାସୀ ଅଞ୍ଚଳର ଏକ ମାଟି ଘରରୁ ଆରମ୍ଭ ହୋଇଥିବା ତାଙ୍କ ଜୀବନ ଯାତ୍ରାକୁ ନେଇ ଲେଖାଯାଇଥିବା ଏହି ପୁସ୍ତକ ବର୍ତ୍ତମାନ ବିଭିନ୍ନ ଦେଶର ପାଠକଙ୍କ ମଧ୍ୟରେ ଆଦୃତ ହେଉଛି ଏବଂ ଯୁବପିଢ଼ୀଙ୍କୁ ସ୍ୱପ୍ନ ଦେଖିବା ସହ ସଂଘର୍ଷ କରିବାର ପ୍ରେରଣା ଦେଉଛି।

ଗଜପତି ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ଅବସ୍ଥାପିତ ହୋଇଥିବା ବେଳେ ଏହି ସଫଳତା ଡ଼ଃ ସତ୍ୟବାନ ବିଶୋୟୀ ରତ୍ନଙ୍କ ନାମରେ ଲିପିବଦ୍ଧ ହୋଇଛି। ଏକ ମାଟି ଘରରୁ ଆରମ୍ଭ ହୋଇଥିବା ତାଙ୍କ ଜୀବନ ଯାତ୍ରା ଆଜି ପ୍ରମାଣ କରିଛି ଯେ ସଫଳତା ପାଇଁ ଜନ୍ମସ୍ଥାନ ନୁହେଁ, ବରଂ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

September 4, 2026
ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version