ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ IDCOର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର ରେଡ୍ଡୀ ଆଜି ଗଜପତି ଜିଲ୍ଲାକୁ ଦ୍ବିତୀୟ ଗସ୍ତ କରିଛନ୍ତି। ଜିଲ୍ଲାର ଗୋସାଣୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।















