ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମାରେ ରଖାଯାଇଥିବା ଅର୍ଥର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ହୋଇଥାଏ। ଉକ୍ତ ଆୟର କିଛି ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ। ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ। ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଉକ୍ତ ମନ୍ଦିର ପାଣ୍ଠିରୁ ହୋଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ। ଏହି ସମସ୍ତ ସମ୍ପତ୍ତିର ସ୍ୱଚ୍ଛ, ସଠିକ୍ ପରିଚାଳନା କରିବା ହେଉଛି ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଦାୟିତ୍ୱ।















