ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ମଣିନାଗ କଲ୍ୟାଣ ମଣ୍ଡପ ପାର୍ଶ୍ୱ ଖୋଲା ପଡ଼ିଆରେ ୧୩ଶ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୌରବମୟ ଉତ୍ସବରେ ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ନୟାଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ସ୍ୱାଗତ ଭାଷଣ ଦେଇ ରଣପୁରର ଅଭୂତପୂର୍ବ ବିକାଶ ଧାରା ଓ ପ୍ରମୁଖ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ଉତ୍କୃଷ୍ଟ ରାଜସ୍ୱ ଆଦାୟ (Excellent Revenue Collection) ପାଇଁ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ରଣପୁର ଏନ୍.ଏ.ସି.କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଏହି ସଫଳତା ପାଇଁ ସମଗ୍ର ରଣପୁରବାସୀ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ୫ମ ବର୍ଷର କାର୍ଯ୍ୟକାଳରେ ସେବା ଯାତ୍ରା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ଗତ ୨୦୨୪ ବର୍ଷରେ ରଣପୁର ପୌରାଞ୍ଚଳ ପାଇଁ ଥିବା ମାତ୍ର ୪୭ଟି ଲକ୍ଷ୍ୟଧାର୍ଯ୍ୟ (Target)କୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ବଳରେ ଉଚ୍ଛେଦ କରାଯାଇଛି ।

ଫଳରେ ପୌରାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କା ଘର ଯୋଗାଇଦେବାର ବାଟ ସୁଗମ ହୋଇପାରିଛି, ଯାହାକି ଗରିବ ଓ ବାସହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବୈଠକରେ ମତପ୍ରକାଶ ପାଇଛି । ସହରର ପରିମଳ ଓ ବ୍ୟବସାୟିକ ଭିତ୍ତିଭୂମିର ଉନ୍ନତି ପାଇଁ ଆଜି ଏକ ଅତ୍ୟାଧୁନିକ ନୂତନ ଆମିଷ ବଜାର (Non-Veg Market) ଶୁଭ ଉଦ୍ଘାଟିତ ହୋଇଛି ।

ଏଥିସହ ଦୀର୍ଘ ୫୦ ବର୍ଷର ପୁରାତନ ସମସ୍ୟାର ସ୍ଥାୟୀ ସମାଧାନ କରି ଆସନ୍ତା ୨ ମାସ ମଧ୍ୟରେ ପରିବା ବଜାର ସ୍ଥାନାନ୍ତରଣ (Vegetable Market Relocation) କାର୍ଯ୍ୟ ସଫଳତାର ସହ ଶେଷ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ₹୧.୩୫ କୋଟି ବ୍ୟୟରେ ଐତିହ୍ୟ ବଡ଼ଦାଣ୍ଡର ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ସାଂସ୍କୃତିକ ଓ ପାର୍କ ଭିତ୍ତିଭୂମି କ୍ଷେତ୍ରରେ ମା’ ମଣିନାଗ ମନ୍ଦିର ନିକଟରେ ଖୁବ୍ ଶୀଘ୍ର ଏକ ଭବ୍ୟ “ରଣପୁର କଳା ଏବଂ ସଂସ୍କୃତି ଭବନ” ନିର୍ମାଣ ହେବାକୁ ଯାଉଛି । ₹୨ କୋଟି ବ୍ୟୟରେ ‘ଶହୀଦ ଅର୍ଜୁନ ରାଉତ ପାର୍କ’ର ଉନ୍ନତୀକରଣ, ୪ ଗୋଟି କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ଏବଂ ସହରରେ ଏକ ସ୍ଥାୟୀ ମହୋତ୍ସବ ତଥା ପ୍ରଦର୍ଶନୀ ପଡ଼ିଆ ପ୍ରତିଷ୍ଠା କରାଯାଇଛି ।

କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଇନଡୋର ଷ୍ଟାଡିୟମ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବି.ସି. ହାଇସ୍କୁଲ ମିନି ଷ୍ଟାଡିୟମ ଆସନ୍ତା ୨ ମାସ ମଧ୍ୟରେ ରାତ୍ରିକାଳୀନ ଖେଳ ପାଇଁ ଉତ୍ସର୍ଗ ହେବ । ଏଥିସହିତ ଆଗାମୀ ୩ ମାସରେ ଭଲିବଲ୍ ଓ କ୍ରିକେଟ୍ ଆର୍ଟିଫିସିଆଲ୍ ଟ୍ରେନିଂ ପିଚ୍, ଜେଲ୍ ପଡ଼ିଆରେ ₹୧୩ କୋଟିର ଭବ୍ୟ ଷ୍ଟାଡିୟମ ଏବଂ ରଣପୁର କଲେଜ ନିକଟରେ ନୂତନ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗାମୀ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

ପୌରାଞ୍ଚଳର ୯ ଗୋଟି ପୋଖରୀର ପୁନରୁଦ୍ଧାର ସରିଥିବା ବେଳେ ଆଉ ୫ ଗୋଟି ପୋଖରୀର ଯୋଜନା ପ୍ରସ୍ତୁତ ରହିଛି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର “ବଢ଼ି ପୋଖରୀ”ର ପୁନରୁଦ୍ଧାର ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,




















