ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି । ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟ ରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡା ରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପିଲାମାନେ କେଉଁ ସ୍ଥାନରେ ନିରାପଦରେ ପାଠ ପଢ଼ିବେ, ତାହା ନେଇ ଚିନ୍ତାର କାରଣ ପାଲଟିଛି ।














