ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ହେଁ, ପ୍ରଶାସନିକ ସ୍ତରରେ ତାହା ରୋଗୀଙ୍କ ସେବାରେ ବିନିଯୋଗ ନହେବା ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ମିଳୁଛି। ରାଜ୍ୟର ଅନ୍ୟତ୍ତମ ଅଗ୍ରଣୀ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ଥିବା ସ୍ଥଳେ ନିରୀହ ରୋଗୀ ମାନଙ୍କୁ ସେଥିରୁ ବଞ୍ଚିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି।

ଏଠାରେ ବା୍ୟୋ କେମିକାଲ ରକ୍ତ ପରୀକ୍ଷା ମେସିନ ଅଛି। ଏହା କୁଆଡେ ଅଚଳ ହୋଇଥିବା ହେତୁ ରକ୍ତର ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ଯଥାକ୍ରମେ ୧୨୦୦,୪୦୦,୨୦୦ଓ ୭୦୦ଟଙ୍କା ଦେବାକୁ ପଡୁଛି । ଚିକିତ୍ସାଳୟରେ ଏହା କିନ୍ତୁ ମାଗଣା ଚିକିତ୍ସାଳୟର କେତେକ ଅସାଧୁ କର୍ମଚାରୀ ବାହାର ବ୍ୟବସାୟୀ ଙ୍କ ସହିତ ଆର୍ଥିକ ଯୋଗସୂତ୍ର ରହିଥିବା ହେତୁ ଅନେକ ସମୟରେ କିଛି ଅଘଟନ କରିଦେଇଥାନ୍ତି।

ଗତ ମାସ ୩୧ତାରିଖରୁ ଏହି ରକ୍ତ ପରୀକ୍ଷା ମେସିନ ଅଚଳ ହୋଇଥିଲେ ମଧ୍ୟ ତାହାକୁ ଏତେଦିନ ଧରି କାର୍ଯ୍ୟକ୍ଷମ ନକରିବା ରୋଗୀ ସେବା ର ପ୍ରତିବଦ୍ଧତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଦାୟିତ୍ୱରେ ଥିବା ଡା ଚିନରା ଦୃଷ୍ଟି ଦେବେ ବୋଲି ଆମ ପ୍ରତିନିଧି ଙ୍କୁ କହିଛନ୍ତି।