• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

Proprietor Abhimanyu Maharana by Proprietor Abhimanyu Maharana
August 26, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
“ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ
Share on FacebookShare on TwitterWhatsapp

ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ କୋଟଗଡ଼ ସ୍ଥିତ ଆଦିବାସୀ ସାଂସ୍କୃତିକ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗୁଗୁରମାହା ପଞ୍ଚାୟତର ସରପଞ୍ଚ ମୋସେସ କାର୍ଜିମାଝୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୫ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ।

କନ୍ଧମାଳର ବିକାଶ ସହିତ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବକ୍ତାମାନେ କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ପ୍ରତିବର୍ଷ ଶହ ଶହ ଶ୍ରମିକ କାମ ସନ୍ଧାନରେ ରାଜ୍ୟ ବାହାରକୁ ଯାଉଛନ୍ତି। ଦଲାଲଙ୍କ ଜରିଆରେ ବାହାରକୁ ଯାଉଥିବା ଅନେକ ଶ୍ରମିକ ଶୋଷଣ, ନିର୍ଯାତନା ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ କେବଳ ତାତ୍କାଳିକ ପଦକ୍ଷେପ ନୁହେଁ, ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ସ୍ଥାନୀୟ ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ରୋଜଗାର ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ଉଦ୍ୟାନ କୃଷି, ଶୀତଳଭଣ୍ଡାର, ମଣ୍ଡି, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ଶିଆଳି ଖଲି ଓ ଲଘୁବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ନୀତିରେ କନ୍ଧମାଳର ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଜଙ୍ଗଲଜାତ ଦ୍ରବ୍ୟ, ଅଁଳା, ପଣସ, ହଳଦୀ, ମାଣ୍ଡିଆ, ବିରି ଓ ବିଭିନ୍ନ ମସଲା ଜାତୀୟ ଫସଲର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ସ୍ଥାନୀୟ ରୋଜଗାର ସୃଷ୍ଟି ପାଇଁ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏଥି ସହ ପଞ୍ଚାୟତଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ‘ଦାଦନମୁକ୍ତ କନ୍ଧମାଳ’ ଅଭିଯାନକୁ ଅଧିକ ବ୍ୟାପକ କରିବା ସହିତ ଜନସଚେତନତା ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଥିଲା। ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ଆପ୍ ଉନ୍ମୋଚନ ଦାଦନ ଶ୍ରମିକଙ୍କ ସଠିକ ତଥ୍ୟ ସଂଗ୍ରହ ଓ ସେମାନଙ୍କ ସମ୍ପର୍କିତ ସୂଚନା ଜାଣିବା ପାଇଁ ‘ସ୍ୱାକ୍’ ପକ୍ଷରୁ ଏକ ଗୁଗଲ ଆପ୍ ଉନ୍ମୋଚନ କରାଯାଇଥିଲା। ଆପ୍‌ରେ ସମୁଦାୟ ୨୬ଟି ପ୍ରଶ୍ନ ରହିଛି।

ଏଥିରେ ଦାଦନ ଶ୍ରମିକମାନେ କେଉଁ ସ୍ଥାନରେ କାମ କରୁଛନ୍ତି, କେଉଁ ପ୍ରକାରର କାମ କରୁଛନ୍ତି, କେବେ ରାଜ୍ୟ ବାହାରକୁ ଯାଇଛନ୍ତି ଏବଂ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା କେତେ ରହିଛି ଆଦି ତଥ୍ୟ ସଂଗ୍ରହ କରାଯିବ ବୋଲି ସ୍ୱାକ୍ ପକ୍ଷରୁ କୁହାଯାଇଛି। ବୈଠକ ରେ କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ଓ ସମନ୍ୱୟ ଅନୁଷ୍ଠାନର ରାନୁବାଳା ମହାନ୍ତି ଉପସ୍ଥିତ ରହି ନିଜ ଅଞ୍ଚଳରୁ ଦାଦନ ଯାଉଥିବା ଶ୍ରମିକଙ୍କ ସମ୍ପର୍କରେ ମତ ରଖିଥିଲେ। ସ୍ୱାକ୍ ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମ୍ପାଦକ ହୃଷିକେଶ ପ୍ରଧାନ ଅଭିଯାନର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍ ଉପଦେଷ୍ଟା ସମୀର କୁମାର ପାଢ଼ୀ, ସହସମ୍ପାଦକ ସଞ୍ଜୀବ ଦିଗାଲ, ସଭ୍ୟ ସନ୍ତୋଷ ଦିଗାଲ, ସଭ୍ୟା ମିନାକ୍ଷୀ ପ୍ରଧାନ, ଉପସଭାନେତ୍ରୀ ସସ୍ମିତା ମଲ୍ଲିକ, ଚିନ୍ମୟ କୁମାର ସେଠୀ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, କୁଇ ସମାଜର ସଦସ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଯୋଗଦେଇ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଶେଷରେ “କୋଟଗଡ଼ ବ୍ଲକର ଯୁବକ-ଯୁବତୀ ନିଜ ଅଞ୍ଚଳରେ ରୋଜଗାର ପାଆନ୍ତୁ” ବୋଲି ସମସ୍ତେ ସଙ୍କଳ୍ପ ନେଇଥିଲେ। ସ୍ଥାନୀୟ ସମ୍ବଳକୁ ଆଧାର କରି ସ୍ୱାବଲମ୍ବୀ, ସମୃଦ୍ଧ ଓ ଦାଦନମୁକ୍ତ କୋଟଗଡ଼ ବ୍ଲକ ସହ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ

‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ

August 26, 2026
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରକ୍ତ ପରୀକ୍ଷା ରୋଗୀଙ୍କୁ ହୀନସ୍ତା ହେବାକୁ ପଡୁଛି

ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରକ୍ତ ପରୀକ୍ଷା ରୋଗୀଙ୍କୁ ହୀନସ୍ତା ହେବାକୁ ପଡୁଛି

August 26, 2026
“ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର

August 26, 2026
“ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

“ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

August 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ

‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ

August 26, 2026
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରକ୍ତ ପରୀକ୍ଷା ରୋଗୀଙ୍କୁ ହୀନସ୍ତା ହେବାକୁ ପଡୁଛି

ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରକ୍ତ ପରୀକ୍ଷା ରୋଗୀଙ୍କୁ ହୀନସ୍ତା ହେବାକୁ ପଡୁଛି

August 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version