No Result
View All Result
ନୟାଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ବ୍ଲକ ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ କଂଗ୍ରେସ ବୈଠକ ବଡ଼ପଣ୍ଡୁସର ଶ୍ରୀ ଉଗ୍ରେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ କଲ୍ୟାଣମଣ୍ଡପ ଠାରେ ନବନିଯୁକ୍ତ ଜୋନ କଂଗ୍ରେସ ସଭାପତି ଶ୍ରୀ ପ୍ରମୋଦ କୁମାର ନୟାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ସୃଜନ ମାଧ୍ୟମରେ ବୁଥ ସ୍ତରରୁ ନୂତନ ସଂଗଠନ ଆରମ୍ଭ କରିବା ପାଇଁ ୧୪ ନମ୍ବର ଜୋନ ଅନ୍ତର୍ଗତ ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡା, ବିରୁଡ଼ା ଏବଂ ଜହ୍ନିପଦା ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଅଂଶଗ୍ରହଣ କରି ଆସନ୍ତା ଦୁଇ ମାସ ମଧ୍ୟରେ ପଞ୍ଚାୟତ କଂଗ୍ରେସ କମିଟି ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l

ଡବଲଇଞ୍ଜିନ ବିଜେପି ସରକାର ଅପାରଗ ଶାସନ ବିରୁଦ୍ଧରେ ଗ୍ରାମାଞ୍ଚଳ ଜନମତ କଂଗ୍ରେସ ସପକ୍ଷରେ ଆସୁଛି ଏବଂ ଲୋକେ ଏଥର କଂଗ୍ରେସ କହିବା ଆରମ୍ଭ ହୋଇଯିବା ଦୃଷ୍ଟିରୁ, ଏହି ସୁଯୋଗକୁ ଆମେ କାର୍ଯ୍ୟରେ ଲଗାଇ ବିକଳ୍ପ ସରକାର ଭାବେ କଂଗ୍ରେସ ସଂଗଠନ କୁ ଚଳଚଞ୍ଚଳ ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ଉପରେ ବିଶେଷ ଆଲୋଚନା କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଆଗାମୀ ତିନି ମାସ ମଧ୍ୟରେ ସାଙ୍ଗଠନିକ ଶକ୍ତିବୃଦ୍ଧି କରାଇ ନୂଆବର୍ଷରୁ କଂଗ୍ରେସ ପକ୍ଷରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବ୍ୟାପି ପଦଯାତ୍ରା କରାଯାଇ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରାଯିବ ବୋଲି କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଡିସିସି ବରିଷ୍ଠ ଉପସଭାପତି ଶ୍ରୀ ଲଷ୍ମୀଧର ତ୍ରିପାଠୀ, ଡିସିସି ଉପସଭାପତି ତଥା ନୟାଗଡ଼ ବ୍ଲକ ପର୍ଯ୍ୟବେକ୍ଷକ ଫକୀର ଚରନ୍ନ ମଲ୍ଲ, ବରିଷ୍ଠ ନେତା ଦିଗାମ୍ବର ବେହେରା, ବିଜୟ କୁମାର, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଦାସ,ଚତୁର୍ଭୁଜ ପ୍ରଧାନ, କବିରାଜ ବରାଡ଼, ଗୋକୁଳ ନାୟକ, ଗୁରୁବାରୀ ମଣ୍ଡଳ, ଅଜୟ ପ୍ରଧାନ, ଅକ୍ଷୟ କୁମାର ସାହୁ, ଶ୍ୟାମ ପ୍ରଧାନ, ଅଶୋକ କୁମାର ସାହୁ, ଯୁବନେତା ଅନ୍ତର୍ଯ୍ୟାମୀ ସାହୁ, ଜଗନ୍ନାଥ ପୃଷ୍ଟି, ବିଦୁର ପ୍ରଧାନ, ଭାଗିରଥି ସ୍ୱାଇଁ, ବାଳକୃଷ୍ଣ ଦାସ, ରାଜକିଶୋର ଜେନା, ଚତୁର୍ଭୁଜ ମହାରଣା, ଆଇନଜୀବୀ ପୀତବାସ ଖୁଣ୍ଟିଆ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ସୋସିଆଲ ମେଡ଼ିଆ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର ନାୟକ ଙ୍କ ସମେତ ବହୁ ନେତୃସ୍ଥାନୀୟ ଯୋଗ ଦେଇଥିଲେ l

No Result
View All Result