ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆସନ୍ତା କାଲି ଅଗଷ୍ଟ ୨୩ ତାରିଖରେ ଷ୍ଟଲ ୱାର୍ଟ ଆଟୋମ୍ ସ୍ଫିଅର ନୂଆ ପ୍ରୋଜେକ୍ଟ ର ଶୁଭାରମ୍ଭ ହେବ । ଏହି ପ୍ରକଳ୍ପ ରାଜ୍ୟବାସୀ ବିଶେଷ କରି ରାଜଧାନୀବାସୀଙ୍କ ସ୍ବପ୍ନ ପୂରଣରେ ସହାୟକ ହେବ ବୋଲି ଷ୍ଟଲ ୱାର୍ଟ ର ଚେୟାରମ୍ୟାନ ଶରତ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ପ୍ରୋଜେକ୍ଟରେ ୩୧ ମହଲା ବିଶିଷ୍ଟ ୩ ବି ଏଚ କେ ଓ ୪ ବି ଏଚ କେ ବାସଗୃହ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉପଲବ୍ଧ ହେବ ।

ସ୍ଥିତି ବାନ ଏହି ପ୍ରକଳ୍ପ ପାଇଁ ପ୍ରି ବୁକିଂ ଆରମ୍ଭ ହୋଇଯାଇଛି। ଅତ୍ୟନ୍ତ ଜଳବାୟୁ ଅନୁକୂଳ ଜଙ୍ଗଲ ଦୃଶ୍ୟ ପରିବେଶ ପ୍ରଦାନ କରୁଥିବା ଏହାର ଗୃହ ଗୁଡିକ ସ୍ୱାଧୀନ ସ୍ୱତନ୍ତ୍ରତା ଢାଞ୍ଚାରେ ନିର୍ମାଣ ହେବ ଯାହା ଆସନ୍ତା ୫ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖା ଯାଇଛି । ବିଏମ ସି ଓ ବିଡିଏ ସହିତ ରେରା ମାର୍ଗ ଦର୍ଶିକା ଅନୁସରଣରେ ଏହା ଡିଜାଇନ କରାଯାଇଛି ଯାହା ଗ୍ରହକଙ୍କୁ ସୁହାଇବ ବୋଲି ଶ୍ରୀ ସାହୁ କହିଛନ୍ତି ।















