ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ରେଡକ୍ରସ ରୋଡ ସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣାରେ ବସିଛନ୍ତି । ସଂଘ ବାରମ୍ବାର ସେମାନଙ୍କ ଦାବି ଜଣାଉଥିଲେ ମଧ୍ଯ ତାହା କାର୍ଯ୍ୟକାରୀ ହେଉନାହିଁ । ବିଭାଗ ନୂଆ ସମସ୍ଯା ତିଆରି କରି ଶ୍ରମିକ ମାନଙ୍କ ଉପରେ ଲଦି ଦେଉଛନ୍ତି । ଟାଟା କମ୍ପାନୀ ଦାୟୀତ୍ବ ଦେଇଥିବା ଏଜେନ୍ସୀ ମାନେ କର୍ମଚାରୀ ଶୋଷଣ ଓ ମାରଣାନୀତି ଯୋଗୁ ଶ୍ରମିକ ଅତିଷ୍ଟ ହେଉଛନ୍ତି ।
















