ପୁରୀ ବେଳା ଭୁମିରେ କେହି ଜୀବିକା ହରାଇବେ ନାହିଁ – ପ୍ରଭାତୀ
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ମହା ସାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ରାଲି ପୁରୀ ସମୁଦ୍ରକୂଳ ଠାରେ ସକାଳେ ଅନୁଷ୍ଠିତ ହୋଇଥିଲା ଏହି ରାଲିକୁ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସମୁଦ୍ରକୂଳ ଥାନା ଅଧିକାରୀ ମାନସ ଚକ୍ରା ଉଦଘାଟନ କରିଥିଲେ। ରାଲି ଦିଗବାରେଣୀ ଖୁଣ୍ଟି ଠାରୁ ଆରମ୍ଭ ହୋଇ ହଂସ କୋକୋପାମ ପାଖରେ ଶେଷ ହୋଇ ଥିଲା। ସନ୍ଧ୍ୟାରେ ପୁରୀ ପୌରସଦନ ଠାରେ ଏକ ସୋତନ୍ତ୍ର ଉତ୍ସବ ପାଳିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟ ମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ପୁରୀ ସମୁଦ୍ର କୂଳରେ କେହି ଯେପରି ନିଜର ଜୀବନ ଜୀବିକା ନ ହରେଇବେ ସେଥିପାଇଁ ଦୃଷ୍ଟି ଦେଇ ପୁରୀ ବେଳାଭୂମିର ଉନ୍ନତି କରଣ କରାଯିବ ବୋଲି କହି ଥିଲେ ଏହା ସହିତ ଫଟୋ ଗ୍ରାଫର ମାନଙ୍କ ପାଇଁ ଯେମିତି ଖୁବ୍ ପରିଚୟ ପତ୍ର ପ୍ରଦାନ କରାଯିବ ଆଗାମୀ ସାତ ଦିନ ଭିତରେ ଏଥି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସାଂସଦ ଡ. ସମ୍ବିତ୍ ପାତ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଫଟୋଗ୍ରାଫି ଓ ପର୍ଯ୍ୟଟନ ଅଙ୍ଗା ଅଙ୍ଗି ଭାବରେ ଜଡ଼ିତ ଓ ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ଏକ ଶୃଙ୍ଖଳିତ ସଂଘ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପୁରୀ ବିଚ୍ ଫଟୋ ଗ୍ରାଫର ମହାସଂଘ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଓ ଆଡଭୋକେଟ୍ ଶ୍ରୀକାନ୍ତ ପରିଜା ମହାସଂଘ ବିଭିନ୍ନ ଦାବି ସମ୍ପର୍କରେ ସୂଚନା ଦେଇଥିଲେ।















