ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଭଗବାନ ଯେଉଁଠି ରୁହନ୍ତି ଭକ୍ତ ତାଙ୍କ ଚାରିପଟେ ରୁହନ୍ତି । ପୁରୀବାସୀଙ୍କ ପ୍ରିୟ ଓ ଘର ଦିଅଁ କାଳିଆ ଠାକୁର । ଆଗରୁ କାଳିଆକୁ ଦର୍ଶନ ନକଲେ ଅନ୍ନ ଜଳ ପାଟିରେ ମାରୁନଥିଲେ । ମଙ୍ଗଳ ଆଳତିରେ ଗୀତ ଗୋବିନ୍ଦ ଓ ବଡସିଂହାର ବେଶ ବେଳେ ପୁରୀବାସୀ ଉପସ୍ଥିତ ରହି ଭଜନକୀର୍ତ୍ତନ କରୁଥିଲେ । ମହାମାରୀ କରୋନା ଠାରୁ କଟକଣା ଲାଗୁ ହୋଇଛି । ନିଜ ଘର ଦିଅଁ ଓ ଗାଁ ଦିଅଁଙ୍କୁ ଦର୍ଶନ କରିପାରୁନାହାନ୍ତି ପୁରୀବାସୀ ।

ସରକାରଙ୍କ ପ୍ରତିଶ୍ରୁତି ମୃଗତୃଷ୍ଣା ପରି ଘୁଞ୍ଚି ଘୁଞ୍ଚି ଯାଉଛି । ପୁରୀବାସୀଙ୍କ ଦର୍ଶନ ପାଇଁ ୧୪୧ ଦିନ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ଦର୍ଶନ ସୁଯୋଗ ସାତଦିନ ଧରି ଦର୍ଶନ ଅଧିକାର ପାଇପାରିଥିଲେ । ସରକାର ଲିଖିତ ପ୍ରତିଶ୍ରୁତି ନଦେବା ଯୋଗୁ ଆନ୍ଦୋଳନ ଜାରି ରହିଥିଲା । ଗତକାଲି ବୁଧବାର ଦିନ ପୁଣି ପୋଲିସ ପଶ୍ଚିମଦ୍ବାରରେ ପୁରୀବାସୀଙ୍କୁ ଆଧାର କାର୍ଡ ଦେଖି ନଛାଡିବାରୁ ପୁରୀବାସୀ ସେଠାରେ ଧାରଣାରେ ବସିଛନ୍ତି ।
୨୪ ଘଣ୍ଟା ବିତିଗଲାଣି ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡାଙ୍କ ନେତୃତ୍ବରେ ଧାରଣା ଅହୋରାତ୍ର ଜାରି ରହିଛି । ସରକାର ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଦର୍ଶନ ନକରିପାରିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ଓ ଦାବି ପୂରଣ ନହେଲେ ଶ୍ରୀମନ୍ଦିର ପଶ୍ଚିମଦ୍ବାରରୁ ସ୍ବର୍ଗଦ୍ବାର ଯିବି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ଜଗଦାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ନୃସିଂହନାଥ ନାୟକ,
ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମିନାକ୍ଷୀ ଦାସ, ବନିତା ଦିକ୍ଷୀତ, ମନୀଷା ପାତ୍ର, ଚିକି ସାହୁ, ବର୍ଷା ପଣ୍ଡା, ସୌମ୍ୟା ସାହୁ, ବୈଶାଳୀ ପ୍ରଧାନ, ସ୍ନେହା ଦାସ, ମମତା ସ୍ୱାଇଁ, ଅଭିମନ୍ୟୁ ରାୟଗୁରୁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ରମେଶ ଚନ୍ଦ୍ର ମହାନ୍ତି, ଜୁପିଟର ଦାସ, କିଶୋର ଚନ୍ଦ୍ର ଦାସ, ଅଭିମନ୍ୟୁ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ସନ୍ତୋଷ ସେନାପତି, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ପୁରୀବାସୀ ଧାରଣାରେ ବସିଛନ୍ତି ।















