• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

Proprietor Abhimanyu Maharana by Proprietor Abhimanyu Maharana
August 20, 2026
in ଓଡ଼ିଶା, ଗଜପତି, ହୋମ୍
0
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ ଝିଅର ଚିକିତ୍ସା ଅବହେଳାକୁ ନେଇ ଆରମ୍ଭ ହୋଇଥିବା ବଚସାରୁ ନିଜ ପତ୍ନୀକୁ ହତ୍ୟା କରିଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଜିଲ୍ଲା ସେସନ ଜଜ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ ଅନୁସାରେ ସେରଙ୍ଗ ଥାନା ଅନ୍ତର୍ଗତ କୁଡିଙ୍ଗଡ଼ା ଗ୍ରାମ ନିବାସୀ ଅଭିଯୁକ୍ତ ଇଲାମ ଦଳବେହେରା (୬୨ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ଛଅମାସ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି ।

ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ଏହି ମାମଲାରେ ଯଥାର୍ଥ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଏହି କି ଯେ ୨୩-୧୦-୨୦୨୨ରିଖ ଦିନ ସକାଳ ୯ଘଟିକା ସମୟରେ ଯେତେବେଳେ ଏତଲାକାରିଣୀ ଝିଅ ଜିନନ୍ତି ଦଳବେହେରା (୨୦ବର୍ଷ)ଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ନେବା ପାଇଁ ମୃତକ ମାଆ ବୁଢ଼ୀ ଦଳବେହେରା ଅଭିଯୁକ୍ତ ସ୍ୱାମୀ ଇଲାମ ଦଳବେହେରାଙ୍କୁ ଅନୁରୋଧ କରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତଜଣଙ୍କ ତାଙ୍କ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ପରେ ଅଭିଯୁକ୍ତଜଣଙ୍କ ରାଗିକି ନିଜ ସ୍ତ୍ରୀଙ୍କୁ ଘର ଠାରୁ ରାସ୍ତା ପର୍ଯ୍ୟନ୍ତ ହାତରେ ମାରି ମାରି ନେଇ ଯାଇଥିଲେ ଓ ପରେ ସେ ଧରିଥିବା ଡାଉଲି (କାତି)ରେ ସ୍ତ୍ରୀଙ୍କର ବେକକୁ କାଟି ଦେଇଥିଲେ।

ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେତୁ ସେଇ ସ୍ଥାନରେ ସ୍ତ୍ରୀ ବୁଢ଼ୀ ଦଳବେହେରାଙ୍କର ପ୍ରାଣ ଚାଲିଯାଇଥିଲା। ପରେ କାତିଟିକୁ ସେଠାରେ ଫୋପାଡ଼ି ଦେଇ ଅଭିଯୁକ୍ତ କାତିର ଖୋଳ ନିଜ ସହ ନେଇ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ପରେ ଏତଲାକାରିଣୀ ଓ ତାଙ୍କ ଭାଇ ଆକାଶ ଦଳବେହେରା ମୃତକ ମାଆଙ୍କୁ ଘର ବାରଣ୍ଡାଙ୍କୁ ଆଣିବା ପରେ ବାକି ଚର୍ଚ୍ଚରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଆସିଥିଲେ। ଏହା ପରେ ସେହି ଦିନ ଅଭିଯୁକ୍ତ ବାପାଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରିଣୀ ଝିଅ ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୮୫/୨୨ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ହାନ୍ସଦା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୧୨ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୫ ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହୁରୀ ଗଡ ଅଷ୍ଟଶମ୍ଭୁ ସମେତ ଅନ୍ୟାନ୍ୟ ଶିବ ପୀଠରେ ଗୁଡ଼ିକରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ରୁଦ୍ରାଭିଷେକଓ ପୂଜାର୍ଚନା କାର୍ଯ୍ୟ ଅନୁଷ୍ଠିତ

ମହୁରୀ ଗଡ ଅଷ୍ଟଶମ୍ଭୁ ସମେତ ଅନ୍ୟାନ୍ୟ ଶିବ ପୀଠରେ ଗୁଡ଼ିକରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ରୁଦ୍ରାଭିଷେକଓ ପୂଜାର୍ଚନା କାର୍ଯ୍ୟ ଅନୁଷ୍ଠିତ

August 20, 2026
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

August 20, 2026
ଗୋଷାଣୀ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗୋଷାଣୀ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 20, 2026
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

August 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହୁରୀ ଗଡ ଅଷ୍ଟଶମ୍ଭୁ ସମେତ ଅନ୍ୟାନ୍ୟ ଶିବ ପୀଠରେ ଗୁଡ଼ିକରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ରୁଦ୍ରାଭିଷେକଓ ପୂଜାର୍ଚନା କାର୍ଯ୍ୟ ଅନୁଷ୍ଠିତ

ମହୁରୀ ଗଡ ଅଷ୍ଟଶମ୍ଭୁ ସମେତ ଅନ୍ୟାନ୍ୟ ଶିବ ପୀଠରେ ଗୁଡ଼ିକରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ରୁଦ୍ରାଭିଷେକଓ ପୂଜାର୍ଚନା କାର୍ଯ୍ୟ ଅନୁଷ୍ଠିତ

August 20, 2026
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

August 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version