No Result
View All Result
କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା, ବାରଙ୍ଗ ବ୍ଲକ ଅନ୍ତର୍ଗତ କୂରାଙ୍ଗ ପ୍ରଧାନ ଠାରେ ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ସମାଜସେବୀ, ରାଜନେତା,ଟ୍ରଷ୍ଟର ବହୁ କର୍ମକର୍ତ୍ତା ଯୋଗ ଦେଇ ପତକା ଉତ୍ତୋଳନ, ପ୍ରଭାତ ଫେରି, ଭାରତ ମାତା କି ଜୟ ନାରାବାଜି ଦେଇଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଭରତ ସାମଲ (ଅଜୁ) ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ବିଶିଷ୍ଟ ସମାଜସେବୀ ସୁକାନ୍ତ ଚନ୍ଦ୍ର ଭୋଇ ଯୋଗଦାନ କରି ଦେଶ ପାଇଁ ବଳିଦାନ ଦେଇଥିବା ମହାନ୍ ବରପୁତ୍ର ମାନଙ୍କର ସ୍ମୃତି ଚାରଣ କରିବା ସହ ମହାତ୍ମା ଗାନ୍ଧୀ, ଜବାହରଲାଲ, ନେହେରୁ,ସୁବାସ ଚନ୍ଦ୍ର ବୋଷ ଆଦି ମହାପୁରୁଷ ତଥା ସ୍ଵାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ କିପରି ଅବଦାନ ଥିଲା ସେ ବିଷୟରେ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ କୁରାଙ୍ଗ ପଞ୍ଚାୟତ ସରପଞ୍ଚ ସୁରେଶ ଭୋଇ, ବିଶ୍ବରଂଜନ ସାହୁ, ପୁଜା ସାମଲ, ଦୁର୍ଯ୍ୟୋଧନ ବେହେରା, ଦିପା ସାମଲ, ଟୁନି ସାମଲ, ଅବିନାଶ ବେହେରା, ସବିର ଖାଁ, ପୁସି ସାମଲ, କୁନି ସାମଲ, ପ୍ରମିଳା ସାମଲ, ହୁଣ୍ଡା, ସୁଶାନ୍ତ, ଟୁଟୁ, ରଖବାନ ପ୍ରମୁଖ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

No Result
View All Result