ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ସମସ୍ତେ ସାମିଲ ହୋଇ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ l ବାଲିଗୁଡା ଏନଏସି କାର୍ଯ୍ୟଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ପୂର୍ତ୍ତ ବିଭାଗ ଛକ ଦେଇ ସେଠାରୁ ଟାଉନ ହଲ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ l ଏଥିରେ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ନେତୃତ୍ୱ ରେ ଏନଏସି କାଉନସିଲର ଓ ବାଲିଗୁଡା ନାଗରିକ ସାମିଲ ହୋଇଥିଲେ l















