ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଗ୍ରାମ ସ୍ଥିତ ସମୟରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ଟି ସି, ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ ଏସ.ଡୁବ୍ଲ.ଏସ.ଏସ ର ପ୍ରୋଜେକ୍ଟ ପରିଚାଳକ ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚ ଆଇଭି/ଏ.ଡ.ଏସ ର ସଚେତନତା ନିମନ୍ତେ ସୂଚନା,

ଶିକ୍ଷା ଓ ଯୋଗାଯୋଗ ଵା ପ୍ରଚାର ପ୍ରସାର କୁ ବ୍ୟାପକ କରିବା ପାଇଁ ଦୁଇ ମାସିଆ କାଜ୍ୟକ୍ରମ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଡସ ର କାରଣ,ନିରାକରଣ, ଇତିହାସ ଓ ଦେଶ,ରାଜ୍ୟ, ଜିଲ୍ଲା ରେ ଏଡ୍ସ ରୋଗୀ ସଂଖ୍ୟା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏସ.ଟି. ଆଇ, ଆର.ଟି.ଆଇ ବିଷୟରେ ଅବଗତ କରାଇ ଥିଲେ ।















