ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢୀର ଦାୟୀତ୍ବ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ଆଜି ନୟାଗଡ଼ ରୋଟାରୀ କ୍ଲବ ତରଫରୁ ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସଂପାଦକ ଦିଲ୍ଲୀପ ମିଶ୍ର ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ଅବିନାଶ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷାବିତ ମହମ୍ମଦ ଓମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କବି ଗୋପୀନାଥ ସେଠୀ ଯୋଗ ଦେଇଥିଲେ ।















